Fri. Nov 29th, 2024

ପୁଅ ସାଜିଲା ଜହ୍ଲାଦ, ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

By amfnews Jul 11, 2019 #Featured
87 Views

ନୂଆପଡା, ଜୁଲାଇ ୧୧ : ନୂଆପଡା ଖରିଆର ଥାନା ଅନ୍ତର୍ଗତ ଝରାବାହାଲପଡା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ପାରିବାରିକ କଳହରୁ ପୁଅ ନିଜର ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

ଆଜି ସକାଳେ କୌଣସୀ କାରଣରୁ ଝରାବାହାଲ ଗ୍ରାମର ଏକ ଘରେ ରହୁଥିବା ବାପା ଏବଂ ପୁଅ ମଧ୍ୟରେ କଳହ ଲାଗିଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବାପାକୁ ଟାଙ୍ଗିଆରେ ହାଣି ପକାଇଥିଲା । ଫଳରେ ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ନକୁଳ ବନଛୋର । ଏହି କାଣ୍ଡ ଭିଆଇଥିବା ପୁଅ ହେଉଛନ୍ତି ପୂର୍ଣ୍ଣ ବନଛୋର । ହତ୍ୟା କରିବା ପରେ ପୂର୍ଣ୍ଣ ଫେରାର ହୋଇଯାଇଛି ।  ଅଭିଯୁକ୍ତ ପୁଅକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

By amfnews

Related Post