Sat. Mar 7th, 2026

ପୁଅ ପିଲାଙ୍କ ସହ ବନ୍ଧୁତା କରିଥିବା ଯୋଗୁଁ ଦୁଇ ନାବାଳିକା ଭଉଣୀଙ୍କୁ ଚେଙ୍କ ଦେଇ ବିଷ୍ଠା ଖୁଆଇଲେ ଘରଲୋକେ

253 Views

ଗୋରଖପୁର, ଜାନୁଆରୀ ୩୧  : ଏକା ସ୍କୁଲ୍‌ରେ ପଢୁଥିବା ଦୁଇ ଜଣ ବାଳକଙ୍କ ସହ ବନ୍ଧୁତା କରିଥିବା କାରଣରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୋରଖପୁର ଠାରେ ଦୁଇ ଜଣ ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ପରିବାର ଲୋକେ ତତଲା ଚିମୁଟା ଚେଙ୍କ ଦେବା ସହ ବିଷ୍ଠା ଖୁଆଇଛନ୍ତି।

ନିର୍ଯାତନାରୁ ତ୍ରାହି ପାଇବାକୁ ସେମାନେ ନେପାଳ ସୀମାନ୍ତକୁ ଚାଲି ଯାଇଥିଲେ। ସେଠାରୁ ମଙ୍ଗଳବାର ରାତିରେ ସହରକୁ ଆଣିବା ପରେ ପୀଡ଼ିତାମାନେ ପୁଲିସ ଏବଂ ଚାଇଲ୍‌ଡ୍‌ େଓ୍ଵଲ୍‌ଫେୟାର୍‌ କମିଟିଙ୍କ ଠାରେ ସେମାନଙ୍କର ଦୁର୍ଦ୍ଦଶା ବଖାଣିଛନ୍ତି। ପରିବାର ଲୋକଙ୍କ ସହ ଘରକୁ ଫେରି ଯିବାକୁ ମନା କରିବାରୁ ହାତରେ ପୋଡ଼ା ଘା’ ହୋଇଥିବା ଦୁଇ ସମ୍ପର୍କୀୟା ଭଉଣୀଙ୍କୁ ଚାଇଲ୍‌ଡ୍‌ େଓ୍ଵଲ୍‌ଫେୟାର୍‌ କମିଟିରେ ହାଜର କରାଯାଇଥିଲା।

ଝିଅମାନଙ୍କୁ ଫେରାଇ ଆଣିବାକୁ ଗୋରଖପୁର ପୁଲିସ ସେମାନଙ୍କ ପରିବାର ଲୋକଙ୍କୁ ନେପାଳ ପଠାଇ ଥିଲା। କିନ୍ତୁ ଗୋଟିଏ ନେପାଳୀ ଏନ୍‌ଜିଓ ଗୋରଖପୁରର ମାନବ ସେବା ସଂସ୍ଥାନ ନାମକ ଏନ୍‌ଜିଓକୁ ଫୋନ୍‌ କରି ଦୁଇ ଭଉଣୀଙ୍କ କଥା ଜଣାଇବା ଏବଂ ଏ ସଂସ୍ଥା ଠିକଣା ସମୟରେ ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ପରିବାର ଲୋକମାନଙ୍କୁ ଦୁଇ ଝିଅଙ୍କୁ ହସ୍ତାନ୍ତର କରାଯାଇ ପାରି ନ ଥିଲା।

By amfnews

Related Post