Sat. Mar 7th, 2026

ପୁଅ ଉପରକୁ ବାପା ପିଙ୍ଗିଲା ଏସିଡ୍

164 Views

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଉପରକୁ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଏସିଡ୍ ମାଡ଼ର ଶିକାର ହୋଇଥିବା ଯୁବକଙ୍କ ନାଁ ଅରକ୍ଷିତ ନାୟକ। ତାଙ୍କ ଡାହାଣ ଆଖି, କାନ୍ଧ, ଛାତି ଓ ପିଠିର କିଛି ଅଂଶ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଅରକ୍ଷିତଙ୍କ କହିବା ଅନୁସାରେ, ଗତକାଲି ସେ ରାସନ ଆଣିବା ପାଇଁ  କଇଁଝର ଗାଁକୁ ଯାଇଥିଲେ। ସେଠାରୁ ଫେରି ଘରେ ସେ ତାଙ୍କ ବାପାଙ୍କ ସହିତ କିଛି ପାରିବାରିକ କଥାକୁ ନେଇ ଆଲୋଚନା କରିଥିଲେ। ଏହାପରେ ତାଙ୍କ ବାପା ରାଗି ଯାଇ ପାଟିକରି ଥିଲେ। ଏହାଶୁଣି ତାଙ୍କ ଭାଇମାନେ ଆସି ବଳ ପୂର୍ବକ ତାଙ୍କୁ ଧରିଥିଲେ। ଏହି ସମୟରେ ତାଙ୍କ ବାପା ତାଙ୍କ ଉପରେ ଏସିଡ୍‌ ପକାଇ ଦେଇଥିଲେ।  ତା’ ପରେ ସେ ସେଠାରୁ ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ଏ ଘଟଣା ନେଇ ଅରକ୍ଷିତଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ  ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନାହିଁ l

By amfnews

Related Post