Mon. Jun 9th, 2025

ପୁଅକୁ ମାରି ପୋତି ଦେଲା ବାପା

By amfnews Sep 9, 2019 #Featured
328 Views

ଭଦ୍ରକ :  ଜନ୍ମ ଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ରାଗର ବଶବର୍ତ୍ତୀ ହୋଇ ଦେଢ ମାସର ଶିଶୁର ତଣ୍ଟି ଚିପି ହତ୍ୟା କରିବାକୁ ପଛାଇ ନାହିଁ ନୃଶଂସ ବାପା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ।  ଏନେଇ ଅଭିଯୁକ୍ତ ଟିକୁ ମୁଣ୍ଡାଙ୍କ ପତ୍ନୀ ନନ୍ଦିନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କୁ  ଗିରଫ କରିଛି।

ପୁରା ଘଟଣାଟି ଏହିପରି। ଗତ ୩୦ ତାରିଖ ରାତିରେ ଟିକୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ନନ୍ଦିନୀ ଛୋଟ ଝିଅକୁ ପାଖକୁ ନେଇ ଶୋଇଥିଲେ ଓ ଟିକୁ ପାଖରେ ଦେଢ଼ ମାସର ପୁଅ ଶୋଇଥିଲା।

ହେଲେ ଉତ୍ତ୍ୟକ୍ତ ଟିକୁ ନିଷ୍ପାପ ଶିଶୁଟିକୁ ମାରିଦେଇ ମାଟି ତଳେ ପୋତି ଦେଇଥିଲା। ଏନେଇ ନନ୍ଦିନୀ  ଗତ ୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମାମଲାର ଖୋଳତାଡ଼ କରି ପୁଲିସ ଗତକାଲି ଅଭିଯୁକ୍ତ ଟିକୁଙ୍କୁ ଗିରଫ କରିଥିଲା। ଆଜି ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳାଯିବ । ନନ୍ଦିନୀ ନିଜ ଝିଅ ସହ ଆଶ୍ରୟ ଗୃହରେ ରହିଛନ୍ତି।

By amfnews

Related Post