Tue. Dec 24th, 2024

ପି.ଏଚଡି ପ୍ରବେଶିକା ପରୀକ୍ଷା ଦେଲେ ସ୍ୱାଧୀନତା ସଂଗ୍ରାମୀ

By amfnews Sep 10, 2018 #Featured
242 Views

ବେଙ୍ଗାଲୁରୁ, ସେପ୍ଟେମ୍ବର ୧୦ : କୁହାଯାଇ ଥାଏ, ଶିଖିବାର କୌଣସି ବୟସ ସୀମା ନଥାଏ । ଏହାକୁ ପ୍ରମାଣିତ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀ ଶରଣବସବରାଜ ବିସରହାଲି । କର୍ଣ୍ଣାଟକ ସ୍ୱାଧୀନତା ସଂଗ୍ରାମୀ ବିସରାହାଲି ୮୯ ବର୍ଷ ବୟସରେ ପିଏଚଡି ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ଏହି ବୟସରେ ପିଏଚଡି ପ୍ରବେଶିକା ପରୀକ୍ଷା ଦେବାରେ ସେ ହେଉଛନ୍ତି ବୋଧହୁଏ ବୟସ୍କ ପ୍ରାର୍ଥୀ । ବିସରାହଲି ହେଉଛନ୍ତି ଜଣେ ସମାଜ କର୍ମୀ ଓ ଅବସରପ୍ରାପ୍ତ ଶିକ୍ଷକ ।

ରିପୋର୍ଟ ଅନୁସାରେ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡଗ୍ରୀ ହାସଲ କରିବା ପରେ ସେ ଅନେକ ପୁସ୍ତକ ଲେଖିଛନ୍ତି । ଏବେ ସେ ହାମ୍ପି ୟୁନିଭରସିଟିରେ ପିଏଚଡି କରୁଛନ୍ତି । ଏହା ପୂର୍ବରୁ ବିରାହଲି ଆଇନ ଅଧ୍ୟୟନ କରିଛି । ସେ ଗତ ବର୍ଷ ପିଏଚଡି ପ୍ରବେଶିକା ପରୀକ୍ଷା ଦେଇଥିଲେ କିନ୍ତୁ ଫେଲ ହୋଇ ଯାଇଥିଲେ ।

ତାଙ୍କ କହିବା ଅନୁସାରେ, ମୁଁ ଗତ ବର୍ଷ ମଧ୍ୟ ପରୀକ୍ଷା ଦେଇଥିଲି କିନ୍ତୁ ଫେଲ ହୋଇଯାଇଥିଲି । ଏଥର ପରୀକ୍ଷା ଭଲ ହୋଇଛି । ମୋର ଆଶା ପାସ କରିବି । ମୁଁ ସାହିତ୍ୟ ଓ କନ୍ନଡ କବିାତ ଲେଖିବାକୁ ଚାହୁଁଛି । କନ୍ନଡ ସାହିତ୍ୟରେ ପିଏଚଡି କରିବାକୁ ମନ କରିଛି । ସେ କୁହନ୍ତି ଶିଖିବା ପାଇଁ କୌଣସି ବୟସ ସୀମା ନିର୍ଦ୍ଧାରଣ ନଥାଏ । ଏଥି ପାଇଁ ଆମକୁ କେବଳ ଲକ୍ଷ୍ୟ ରଖିବା ଦରକାର ।

By amfnews

Related Post