Sat. Mar 7th, 2026

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

236 Views

ରାଉରକେଲା  :  ପିଲା ଚୋର ସନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ। ଅମାନବୀୟ ଭାବେ ବହୁ ଲୋକ ରୁଣ୍ଡ ହୋଇ ଯୁବକଙ୍କ ଉପରେ କରିଛନ୍ତି ଅକଥନୀୟ ନିର୍ଯାତନା। କେବଳ ସନ୍ଦେହ ଯୋଗୁ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବାକୁ ପଛାଇ ନାହାନ୍ତି।  ଏପରି ନିନ୍ଦନୀୟ ଘଟଣା ଘଟଣା ଘଟିଛି ରାଉରକେଲା-ବିରମିତ୍ରପୁର ଥାନା ଅନ୍ତର୍ଗତ ଚଟକଟୋଳା ଅଞ୍ଚଳରେ।

ସୂଚନା ଅନୁଯାୟୀ, ସମ୍ପୃକ୍ତ  ମାନସିକ ବିକାରଗ୍ରସ୍ତ ଯୁବକଜଣକ ପଡ଼ୋଶୀ ଝାଡଖଣ୍ଡ ଅଞ୍ଚଳର ।  ସେ  ଏଣେତେଣେ ଘୂରି ବୁଲୁଥିବା ବେଳେ ଗତ ରାତିରେ ଚଟକା ଅଞ୍ଚଳକୁ ପଳାଇ ଆସିଥିଲେ।  ଜଣେ ଅଜଣା ଲୋକ ବୁଲୁଥିବା ଦେଖି ସେ ପିଲା ଚୋର ବୋଲି ସନ୍ଦେହ କରିଥିଲେ ସ୍ଥାନୀୟ ଲୋକେ। ଏହାପରେ  ଆରମ୍ଭ ହୋଇ ଯାଇଥିଲା ତାଙ୍କ ଉପରେ ନିସ୍ତୁକ ମାଡ଼।  ସେମାନେ ଉକ୍ତ ଯୁବକଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୁଲିସ୍‌  ଜିମା ଦେଇଥିଲେ।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ହାତିବରୀ ଫାଣ୍ଡି ଜିମା ଦେଇଥିଲେ। ପୁଲିସ୍‌ ତଥା ପ୍ରଶାସନର ସଚେତନତା ଅଭାବ ପାଇଁ ଏଭଳି ଘଟଣା ଲଗାତାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି।

By amfnews

Related Post