Mon. Nov 25th, 2024

ପିଲା ଚୋରି ସନ୍ଦେହରେ ମାନସିକ ବିକୃତ ମହିଳାଙ୍କୁ ମାଡ଼

By amfnews Aug 24, 2018 #Featured
152 Views

ରାଉରକେଲା, ୨୪ା୮(): ପିଲା ଚୋରି ସନ୍ଦେହରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଗୋପବନ୍ଧୁପାଲି ଅଞ୍ଚଳରେ ଲୋକେ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି । ପରେ ପୁଲିସ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ସ୍ୱାମୀଙ୍କ ଜିମା ଦେଇଛି । ଗୋପବନ୍ଧୁପାଲି ଅନ୍ତର୍ଗତ ପାଟନା ଖଟାଲରେ ସୁରେଶ ଯାଦବ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଛନ୍ତି । ବିଶ୍ରା ଅଞ୍ଚଳରେ ରହୁଥିବା ମମତା କୁଣ୍ଡୁ ନାମ୍ନୀ ଜଣେ ମାନସିକ ବିକୃତ ମହିଳା ବସ୍ତିରେ ବୁଲାବୁଲି କରୁଥିଲେ।

ବସ୍ତିର ସୁରେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଛୋଟ ପିଲା ରାସ୍ତା କଡ଼ରେ ଠିଆ ହୋଇ କନ୍ଦାକଟା କରୁଥିଲା । ମମତା ପାଖରେ ରଖିଥିବା କିଛି ବିସ୍କୁଟ ଛୁଆଟିକୁ ଖାଇବାକୁ ଦେଇଥିଲା । ମମତା ସେ ଅଞ୍ଚଳର ନୂଆ ହୋଇଥିବାରୁ ଲୋକେ ତାକୁ ଘେରି ଯାଇଥିଲେ । ପିଲା ଚୋର ଭାବି ଲୋକେ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ମାନସିକ ବିକୃତ ଥିବାରୁ ସେ ତା’ର ପରିଚୟ ଦେଇ ପାରିନଥିଲା । ପରେ ତାକୁ ଲୋକେ ଥାନା ଜିମା ଦେଇଥିଲେ । ତଦନ୍ତ ବେଳେ ସେ ଜଣେ ମାନସିକ ବିକୃତ ହୋଇଥିବା ଜଣା ପଡ଼ିଥିଲା । ପୁଲିିସ ତା’ ସ୍ୱାମୀଙ୍କୁ ଡାକି ଜିମା ଦେଇଥିଲେ ।

By amfnews

Related Post