Sun. Mar 8th, 2026

ପିଲାର ନାମକରଣ କରିବା ପୂର୍ବରୁ ଏହି କେତୋଟି କଥା ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ

357 Views

ପିଲାମାନଙ୍କ ନାମକରଣ ବେଳେ ବା ତା ଆଗରୁ ଆମେ ଯଥେଷ୍ଟ ସଚେତନ ହୋଇନଥାଉ। ଏଥିପାଇଁ ଆମକୁ ପରେ ଲଜ୍ଜିତ ହେବାକୁ ପଡ଼ିଥାଏ । ପିଲାର ନାଆଁ ଠିକ୍‌ କରିବା ପୂର୍ବରୁ କେତୋଟି କଥା ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ। ଏଥିମଧ୍ୟରୁ ପ୍ରଥମ କଥା ହେଲା ଯେ ପିଲାର ନାମ ଏପରି ଦିଅନ୍ତୁ ନାହିଁ, ଯେପରିକି ସେ ସାଙ୍ଗ ପିଲାଙ୍କ ଭିତରେ ଥଟ୍ଟା ପରିହାସର ପାତ୍ର ହୁଅନ୍ତୁ।

ଦ୍ୱିତୀୟ କଥା ହେଲା ଏଭଳି ନାଆଁ ରଖନ୍ତୁ ନାହିଁ, ଯାହାକୁ ନେଇ ଡାକିବା ବେଳେ ଅସୁବିଧା ହେଉଥିବ। ଏମିତି ନାଆଁ ରଖନ୍ତୁ ଯେମିତିକି ଡାକିବାକୁ ସହଜ ହେବ। ତୃତୀୟ କଥା ହେଲା କୌଣସି ସେଲିବ୍ରିଟି ବା କୌଣସି ନଦୀର ନାଆଁରେ ନିଜ ପିଲାର ନାମକରଣ କରନ୍ତୁ ନାହିଁ। ଏଭଳି କରିଲେ ପିଲାର କ୍ୟାରିଅରରେ ସମସ୍ୟା ଉପୁଜିପାରେ।

ପିଲାର ନାମକରଣ କେବଳ ସକାରାତ୍ମକ ଅର୍ଥ ଜଡିତ ହେବା ଉଚିତ। ଏଭଳି ନାମ ରଖନ୍ତୁ ନାହିଁ, ଯାହା ନକାରତ୍ମକ ପ୍ରଭାବ ପକାଇବ ପିଲାଉପରେ। ଘରଲୋକଙ୍କ କାହାରି ନାଆଁରେ ବି ପିଲାର ନାମ ରଖନ୍ତୁ ନାହିଁ। ଏପରିକି ପୂର୍ବଜଙ୍କ ନାମ ନ ଦେବା ବି ଭଲ। ପିଲାର ନାମ କୌଣସି ପଶୁ ବା ପକ୍ଷୀ ନାଆଁରେ ବି ରଖିବା ଉଚିତ।

By amfnews

Related Post