125 Views
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ଅଭାବନୀୟ ଘଟଣା । ଝାରଖଣ୍ଡ ଠେଠେଇଟାଙ୍ଗର ଅଂଚଳର ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ । ପିଲା ଚୋର ଭାବି ନିସ୍ତୁକ ମାଡ଼ ମାରିବାପରେ ପୁଲିସରେ ଜିମା ଦେଲେ ଗ୍ରାମବାସୀ ।
ସୂଚନା ମୁତାବକ ଯୁବକଜଣକ ବୁଲୁବୁଲୁ ଚଟକଟୋଳା ଗାଁ ଭିତରକୁ ପଶି ଆସିଥିଲା । ଗାଁ ଲୋକେ ତାକୁ ଦେଖି ପିଲାଚୋର ଭାବି ନିସ୍ତୁକ ପିଟିଥିଲେ , ପରେ ତାକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ଯୁବକଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଛି ।
ବିଭିନ୍ନ ଗାଁରେ ବାରମ୍ବାର ଏଭଳି ଘଟଣା ହେଉଥିବା ସତ୍ତ୍ବେ ପୁଲିସ କିମ୍ବା ପ୍ରଶାସନ ସଚେତନତା ପାଇଁ କୌଣସି ପଦକ୍ଷେପ ଉଠାଉନଥିବା ଅଭିଯୋଗ ହେଉଛି । ଫଳରେ ଏଭଳି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ରାଉରକେଲା ସେକ୍ଟର ୬ ଓ ନୂଆଗାଁ କୋକେରମାରେ ପିଲାଚୋରି ଅଭିଯୋଗରେ ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।