149 Views
ଭୁବନେଶ୍ୱର : କିଭଳି ବଢ଼ିବ ପିଲାଙ୍କ ଇଂରାଜୀ ଜ୍ଞାନ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର | ସେଥିପାଇଁ ନିଆଯାଇଛି ନୂଆ ନିଷ୍ପତ୍ତି | ଏଣିକି ୪୫ ମିନିଟ ପରିବର୍ତ୍ତେ ଦେଢ଼ଘଣ୍ଟା ଲେଖାଏଁ ପିରିୟଡ଼ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି | ତେବେ ଇଂରାଜୀ, ଗଣିତ ଓ ବିଜ୍ଞାନ ପିରିୟଡର ଅବଧି ବଢ଼ିବାକୁ ନିଷ୍ପତ୍ତି ନିଆଯାଇଛି | ମନ୍ତ୍ରୀଙ୍କ କହିବା ମୁତାବକ ଏହି ତିନିଟି ବିଷୟରେ ପିଲାମାନେ କମ ମାର୍କ ରଖୁଥିବାରୁ ୪୫ ମିନିଟ ପରିବର୍ତ୍ତେ ଦେଢ଼ ଘଣ୍ଟା କ୍ଲାସ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି |