Sun. Nov 24th, 2024

ପିପିଲି ବିଧାୟକ ପ୍ରଦୀପ ମହରାଥୀଙ୍କ ୬୫ ବର୍ଷ ବୟସରେ ପରଲୋକ

By amfnews Oct 4, 2020 #Featured
195 Views

ଭୁବନେଶ୍ୱର, ଅକ୍ଟୋବର ୦୪ : ପିପିଲି ବଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଯାଇଛି । ମହାରଥୀ ୬୫ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଶନିବାର-ରବିବାର ରାତି ୨ଟା ୨୬ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ସେ କିଛି ପୂର୍ବରୁ ଅସୁସ୍ଥ ଥିବାରୁ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ । ବିଜୁ ଜନତା ଦଳର ଅନ୍ୟ ତମ ଟାଣୁଆ ନେତା ଶ୍ରୀ ମହାରଥୀଙ୍କ ପାର୍ଥିବ ଶରୀର ଇତି ମଧ୍ୟରେ ହସ୍‌ପିଟାଲରୁ ସରକାରୀ ବାସଭବନକୁ ଆସିଛି । ଏଠାରୁ ଦଳୀୟ କାର୍ଯ୍ୟାଳକୁ ଶେଷ ଦର୍ଶନ ପାଇଁ ଯିବ । ଶେଷରେ ମହାରଥୀଙ୍କ ପାର୍ଥିବ ଶରୀରକୁ ବାସଭବନକୁ ନିଆଯିବ ବୋଲି ସୂଚନା ମିଳିଛି ।

ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ା ନିବାସୀ ସ୍ୱର୍ଗତ ଗୋକୁଳାନନ୍ଦଙ୍କ ପୁଅ ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରତିଭା ମହାରଥୀଙ୍କୁ ବିବାହ କରିଥିଲେ । ତାଙ୍କର ପୁଅ ରୁଦ୍ର ପ୍ରତାପ ମହାରଥୀ ଏବଂ ଝିଅ ପଲ୍ଲବୀ ।

ପ୍ରଦୀପ ମହରଥୀଙ୍କ ରାଜନୈତିକ କ୍ୟାରିୟର ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରୁ ହିଁ ଆରମ୍ଭ ହୋଇଥିଲା । ସେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ସେ ଜନତା ପାର୍ଟି ଟିକେଟରେ ବିଜୟୀ ହୋଇଥିବା ବେଳେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ । ସେହିପରି ବିଜୁ ଜନତା ଦଳ ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀ ପଂଚାୟତରାଜ, ପାନୀୟ ଜଳ ଯୋଗାଣ, କୃଷି ଓ ମତ୍ସପାଳନ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

By amfnews

Related Post