Sat. Mar 7th, 2026

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରସଙ୍ଗ: ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

266 Views

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଯିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଗୁରୁବାର ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ସମସ୍ତ ତଥ୍ୟ ଏବଂ ଯୁକ୍ତିକୁ ତର୍ଜମା କରୁଛୁ। ପୂର୍ବରୁ ଆମେ ସବୁ ତଥ୍ୟ ଓ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲୁ। ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯିବୁ ବୋଲି ଏଡିଜି କହିଛନ୍ତି।

ସୂଚନାଯୋଗ୍ୟ, ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ପକ୍ଷରୁ ପ୍ରକାଶ କରାଯାଇଥିବା ସଂପୂର୍ଣ୍ଣ ରାୟର ନକଲ ବର୍ତ୍ତମାନ ଗଣମାଧ୍ୟମକୁ ହସ୍ତଗତ ହୋଇଛି। ରାୟରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଉଲ୍ଲେଖ କରିଛନ୍ତି ଯେ, ପିପିଲି ପୀଡ଼ିତାଙ୍କୁ ହତ୍ୟା କରାଯାଇଛି। କୋର୍ଟ ପୀଡ଼ିତାଙ୍କ ପିତାମାତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post