Sat. Mar 7th, 2026

ପିଚୁ ପ୍ଲାଣ୍ଟ୍‌ ଅପରେଟର୍‌ଙ୍କ ସନ୍ଦେହଜନକ ମୃତ୍ୟୁ

229 Views

ପୁରୁଣା କଟକ  : ବୁଧବାର ରାତିରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ଥାନା ଅଧୀନ ବାଇଶପଡ଼ାସ୍ଥିତ ଏଆର୍‌ଏସ୍‌ଏସ୍‌ କମ୍ପାନିର ଜଣେ ଅପରେଟର୍‌ଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଅପରେଟର୍‌ ହେଉଛନ୍ତି ଯାଜପୁର ରୋଡ୍‌ର ଧର୍ମେନ୍ଦ୍ର ଧଳ। ଗତରାତିରେ ପ୍ଲାଣ୍ଟ୍‌ ପରିସରରେ ବିଶ୍ୱକର୍ମା ଭସାଣ ଚାଲିଥିବା ବେଳେ ମଦ୍ୟପାନ କରିଥିବା ଧର୍ମେନ୍ଦ୍ର ରାସ୍ତାରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ରାତି ୧୧ଟା ବେଳେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ମୃତ ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ। ହରଭଙ୍ଗା ପୁଲିସ ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି।

By amfnews

Related Post