Mon. Nov 25th, 2024

ପିକ୍‌ନିକ୍‌ରୁ ଫେରି ୯୦ ଛାତ୍ରଛାତ୍ରୀ ଅସୁସ୍ଥ

By amfnews Dec 20, 2019 #Featured
88 Views

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌  କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି ।

ଅସୁସ୍ଥଙ୍କ ମଧ୍ୟରୁ  ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି ।  ଖୁଣ୍ଟୁଣି ଆଖପାଖର  ୭୦ରୁ ଅଧିକ ପିଲାଙ୍କୁ ଖୁଣ୍ଟୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ପିଲାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପରିଦର୍ଶନ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି  ।

By amfnews

Related Post