149 Views
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆସିଥିବା ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହି ଭୂମିକମ୍ପ ଯୋଗୁଁ୩୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ଥିଲା ବୋଲି ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହାର କେନ୍ଦ୍ର ପାକିସ୍ତାନ ଅଧିକୃତ କଶ୍ମୀରର ମୀରପୁରଠାରୁ ୧ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |
PM @narendramodi has expressed grief on the loss of lives and damage to property due to an earthquake in parts of India and Pakistan.
PM expresses condolences to the families of the deceased and prays for the speedy recovery of those injured.
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଲେଖାଯାଇଛି ଯେ ଭାରତ ଓ ପାକିସ୍ତାନରେ ଆସିଥିବା ଭୂକମ୍ପରେ ଜନଜୀବନ ଓ ସମ୍ପତ୍ତି କ୍ଷତିକୁ ନେଇ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଥିବାବେଳେ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ଏଠାରେ ସୂଚନା ଥାଉ କି ଏହି ଭୂମିକମ୍ପ ଯୋଗୁଁ ପାକିସ୍ତାନ ଅଧିକୃତ କଶ୍ମୀର, ପାକିସ୍ତାନର ପଞ୍ଜାବ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।