Mon. Jun 9th, 2025

ପିଏନ୍‌ବିରେ ୯ କୋଟି ଟଙ୍କାର ଅନ୍ୟ ଏକ ‘ନିରବ ମୋଦି’ ପ୍ରକାର ଠକେଇ; ୧୦ ଜଣଙ୍କୁ ହାଜତକୁ ନେଲା ସିବିଆଇ

By amfnews Dec 20, 2018
257 Views

ଏ ମାମଲାଟି ମଧ୍ୟ ଉପରୋକ୍ତ ବ୍ୟାଙ୍କ୍‌ରେ ହୋଇଥିବା ନିରବ ମୋଦି-ମେହୁଲ୍‌ ଚୋକ୍‌ସିଙ୍କ ଠକେଇ ମାମଲା ପରି। ସିବିଆଇର ସ୍ୱତନ୍ତ୍ର ଅଦାଲତ ଅଭିଯୁକ୍ତମାନଙ୍କୁ ଡିସେମ୍ବର ୨୧ ତାରିଖ ଯାଏଁ ରିମାଣ୍ଡ୍‌ରେ ସିବିଆଇ କଷ୍ଟଡିକୁ ଦେଇଛି।

ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୮ ଜଣ ଅଧିକାରୀ- ସଞ୍ଜୟ କୁମାର ପ୍ରସାଦ, ଅମର ଜଗଦେବ, ସାଗର ସାଓ୍ଵନ୍ତ ଏବଂ ମନୋଜ ଖରାତ, ବେଚୁ ବଂଶୀ ତିଓ୍ଵାରି, ଯଶୋବନ୍ତ ଯୋଶୀ, ପ୍ରଫୁଲ୍ଲ ସାଓ୍ଵନ୍ତ ଏବଂ ମୋହିନ୍ଦର୍‌ କୁମାର ଶର୍ମାଙ୍କୁ ସୋମ ଓ ମଙ୍ଗଳବାର ଦିନ ସିବିଆଇ ଗିରଫ କରିଥିଲା।

ମେସର୍ସ ଚନ୍ଦ୍ରି ପେପର୍‌ ଆଣ୍ଡ୍‌ ଆଲାଏଡ୍‌ ପ୍ରଡକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅସାଧୁ ଉପାର୍ଜନ ନିମନ୍ତେ ଅଭିଯୁକ୍ତମାନେ ଜାଲ ଏଲ୍‌ଓୟୁ ଜାରି କରିଥିଲେ। ବିନା କ୍ରେଡିଡ୍‌ ଲିମିଟ୍‌ ଜାରି କରାଯାଇଥିଲା ଏବଂ ଏଥିପାଇଁ କମ୍ପାନି ୧୧୦% ମାର୍ଜିନ ଯୋଗାଇ ଦେଇ ନ ଥିଲା।

ସିବିଆଇ ଅଦାଲତରେ ଅଭିଯୋଗ କରିଛି କି, ରାସିଓ୍ଵାସିଆ ଏବଂ ଅଗ୍ରଓ୍ଵାଲ୍‌ଙ୍କ ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇ ଖରାତ ଦୁଇଟି ଜାଲ୍‌ ଏଲ୍‌ଓୟୁ ଜାରି କରି ତାହାରି ବଳରେ ବ୍ୟାଙ୍କ୍‌ରୁ ୯. ୦୯ କୋଟି ଟଙ୍କା ଠକି ନେଇଛନ୍ତି। ଅଷ୍ଟ୍ରେଲିଆର ସିଡ୍‌ନି ଏବଂ ବେଲ୍‌ଜିୟମ୍‌ର ଆଣ୍ଟ୍‌େଓ୍ଵର୍ପ ଠାରେ ଥିବା ଦୁଇଟି ବ୍ୟାଙ୍କ ସପକ୍ଷରେ ସ୍ୱିଫ୍‌ଟ୍‌ ଆଇଡି ବ୍ୟବହାର କରି ଜାଲ୍‌ ଏଲ୍‌ଓୟୁ ଜାରି କରିଥିଲେ ଖରାତ।

By amfnews

Related Post