Mon. Jan 27th, 2025

ପାଶ୍ୱର୍ାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଏକ ଉକ୍ରଳ ଭବିଷ୍ୟତର ଲକ୍ଷ୍ୟ ଓ ସ୍ୱପ୍ନ ହାସଲରେ ସହାୟତା ଦେଉଛି ଆରଏସପି ସିଏସଆର ମେଧାବୃତ୍ତି ଯୋଜନା

By amfnews Oct 24, 2018 #Featured
150 Views

ରାଉରକେଲା, ୨୩ ।୧୦ : ମୁଁ ବହୁତ ଆନନ୍ଦିତ । ଆରଏସପି ଦ୍ୱାରା ପ୍ରଦତ୍ତ ମେଧାବୃତ୍ତି ଏକ ବୃହତ ସଫଳତା ଏବଂ ଗୌରବର ବିଷୟ । ଭବିଷ୍ୟତରେ ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଡାଣ୍ଟ ହେବି । ଛାତ୍ରବୃତ୍ତି ରାଶିରେ ମୁଁ ପାଠ୍ୟ ଆବଶ୍ୟକତା ପୂରଜର କରିବି, ବୋଲି କାଲୁଙ୍ଗା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ନିମନ୍ତେ ଛାତ୍ରବୃତ୍ତି ହାସଲ କରିଥିବା ବିଶ୍ୱଜିତ ନାୟକ କୁହନ୍ତି । କାଲୁଙ୍ଗା ପ୍ରିୟଦର୍ଶିନୀ ୟୁପି ସ୍କୁଲରୁ ସପ୍ତମ ଶ୍ରେଣୀ ନିମନ୍ତେ ଛାତ୍ରବୃତ୍ତି ହାସଲ କରିଥିବା ଏଷ୍ଟାର ମିଞ୍ଜ ମଧ୍ୟ ଅନୁରୂପ ମତପୋଷଣ କରନ୍ତି ।

ସେ ଭବିଷ୍ୟତରେ ଜଣେ ଶିକ୍ଷକ ହେବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ସିଭିକ ସେଣ୍ଟରଠାରେ ଅକ୍ଟୋବର ୪ ଓ ୫ ତାରିଖରେ ମେଧାବୃତ୍ତି ବିତରଣ ନିମନ୍ତେ ଅନୁଷ୍ଠିତ ଏକ ଉତ୍ସବରେ ୨୦୧୫-୧୬ ଶିକ୍ଷା ବର୍ଷ ନିମନ୍ତେ ନୁଆଗାଁ, ବିଶ୍ରା, କୁଆଁରମୁଣ୍ଡା ଓ ଲାଠିକଟା ରାଜସ୍ୱ ବ୍ଳକର ଗାଁଆ, ଆଦର୍ଶ ଇସ୍ପାତ ଗ୍ରାମ, ପୁନର୍ବାସ କଲୋନୀ/କ୍ୟାମ୍ପ/ ବ୍ଳକର ହାଇସ୍କୁଲର ୨୦୫ ବିଦ୍ୟାର୍ଥୀ ଓ ୟୁପି ସ୍କୁଲର ୭୧୪ ବିଦ୍ୟାର୍ଥୀ, ଏହିଭଳି ସର୍ବମୋଟ ୯୧୯ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଉରକେଲା ଇସ୍ପାତ କାରଖାନାର କର୍ପୋରେଟ ସାମାଜିକ ଦାୟିତ୍ୱ ପ୍ରୟାସ ଅନ୍ତର୍ଗତ ଏହି ମେଧାବୀ ଛାତ୍ରଛାତ୍ରୀ ପୁରସ୍କାର ଯୋଜନା ପାଶ୍ୱର୍ାଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଶିକ୍ଷାରେ ଉକ୍ରର୍ଷତା ହାସଲ ନିମନ୍ତେ ବିଦ୍ୟାର୍ଥୀଙ୍କୁ ଅନୁପ୍ରେରିତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ବାଳକ ଓ ବାଳିକା ବର୍ଗରେ ପ୍ରତ୍ୟେକ ସ୍କୁଲର ପ୍ରଥମ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୩୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ନିମନ୍ତେ ୨୦୦୦ ଟଙ୍କା ଓ ତୃତୀୟ ସ୍ଥାନ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ୧୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହିକ୍ରମରେ ସର୍ବମୋଟ ୧୮.୪୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।

ଉକ୍ତ ଉତ୍ସବକୁ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ଶ୍ରୀମତୀ ସବିତା କୁମାରୀ ଅକ୍ଟୋବର ୪ ତାରିଖ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅକ୍ଟୋବର ୫ ତାରିଖରେ ଉତ୍ସବର ଦ୍ୱିତୀୟ ଦିବସରେ ଅର୍ଥ ବିଭାଗର ଜିଏମ୍, ଏମ କେ ଏଲ ଚାନ୍ଦ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ରାଶି ବିତରଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସଂଘତିର ଉପାଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ପ୍ରଧାନ ସହର ପ୍ରଶାସନ ବିଭାଗର ଜିଏମ୍ ଏନ କେ ସାମନ୍ତରାୟ, ସିଏସଆର ବିଭାଗର ଡିଜିଏମ୍ ଇନଚାର୍ଜ, ପି ଏମ ବେହେରା, ଦୀପିକା ମହିଳା ସଂଘତିର ସମ୍ପାଦିକା ଲୀନା ଦାସ, ଅଧିକାରୀ ଓ ଷ୍ଟାଫ, ଦୀପିକା ମହିଳା ସଂଘତିର ପରିଚାଳନା କମିଟି ସଦସ୍ୟା ଏବଂ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରତିନିଧିମାନେ ଉପସ୍ଥିତଥିଲେ ।

By amfnews

Related Post