Thu. Jan 16th, 2025

ପାରାଦୀପ ପାଇଁ ଯୁଦ୍ଧ

By amfnews Sep 23, 2018 #Featured
302 Views

ପାରାଦୀପ ପାଇଁ ଯୁଦ୍ଧ
ପ୍ରଶାନ୍ତ ପଟ୍ଟନାୟକ

ଦିର୍ଘ ଅଠରବର୍ଷ ଧରି ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ପ୍ରତିଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ମଧ୍ୟ ନିଜର ଗୁଋୁତ୍ୱ ଜାହିର କରୁଥିବା ସମୟରେ ଏକଦା ତାଙ୍କର ଏଙ୍କାନ୍ତ ଅନୁଗତ୍ୟଥିବା ଡଃ଼. ଦାମୋଦର ରାଉତ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନତିର ଅଭିଯୋଗ ଆଣି ଖୋଲା ଖୋଲି ଭାବରେ ଯୁଦ୍ଧ ଘେଷଣା କରିବା ପରେ ଡ଼ଃ.ରାଉତଙ୍କ ରାଜନୌତିକ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିବା ସଙ୍ଗେସଙ୍ଗେ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳିକୁ ଅନିଶ୍ଚିତତା ମଧ୍ୟକୁ ଠେଲଇଦେଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୬୬ ମାର୍ଚ୍ଚ ୧୨ ତାରିଖ ଦିନ ତଦନାନ୍ତିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହୁଙ୍କ ଦ୍ୱାରା ପାରାଦ୍ୱୀପ ବନ୍ଧରର ଶିଳାନ୍ୟସ କରିବା ଦିନଠାରୁ ଆଜି ପର୍ଯନ୍ତ ପାରାଦ୍ୱୀପ ଅଞ୍ଚଳବାସୀ ବିଜୁଙ୍କ ପ୍ରତି କୃତଜ୍ଞ ରହିଛନ୍ତି, ଏହାର ପ୍ରମାଣ ସ୍ୱରୁପ ବିଜୁ ବାବୁଙ୍କ ରାଜନୌତିକ ଅନୁଗତମାନଙ୍କୁ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ କରାଇଆସୁଛନ୍ତି । ବିଜୁଙ୍କ ଏକାନ୍ତ ଅନୁଗତ ଭାବେ ପରିଚିତ ଥିବା ଡଃ.ଦାମୋଦର ରାଉତଙ୍କୁ ଏହି ନିର୍ବାଚନ ମଣ୍ଡଳିରୁ ସେମାନେ କ୍ରମାଗତ ଭାବରେ ସାତ ଥର ନିର୍ବାଚିତ କରିଛନ୍ତି ।
ଇତି ମଧ୍ୟରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳିର ଅର୍ଥନୌତିକ, ସାମାଜିକ ଓ ରାଜନୌତିକ ଚିତ୍ର ସମ୍ପୁର୍ଣ୍ଣ ରୂପେ ବଦଳିଯାଇଛି । ପାରାଦ୍ୱୀପ ବନ୍ଦରରେ ପାରାଦ୍ୱୀପ ଫସ୍ପେଟ ଲିମିଟେଡ, ଭାରତୀୟ ତୈଳ ନିଗମର ବିଶୁ୍ୱଦ୍ଧିକରଣ କାରଖାନା, ଏସ୍ଆର ଷ୍ଟିଲସ୍ ଲିମିଟେଡ, ଇଣ୍ଡିଆନ ଫାରର୍ମସ୍ ଆଣ୍ଡ ଫଟିଲାଇଜର୍ସ ଲିମିଟେଡ଼, ଗୋଆକାର୍ବନ, ଇଷ୍ଟକୋଷ୍ଟ ବ୍ରିଓରିଜ, ନ୍ୟୁକାର୍ବନ ଇତ୍ୟଦି ବୃହତ ଶିଳ୍ପାନୁଷ୍ଟାନ ଗୁଡ଼ିକ ସ୍ଥାପିତ ହୋଇଛି ।

ଜଗତସିଂଗପୁର ଜିଲ୍ଲାର ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳିଟି ସଂପ୍ରତି ଅର୍ଥନୌତିକ, ସାମାଜିକ ଓ ରାଜନୌତିକ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ବିଜୁ ବାବୁଙ୍କର ଏକାନ୍ତ ଅନୁଗତ ଭାବରେ ସମଗ୍ର ରାଜ୍ୟରେ ପରିଚିତ ଡଃ଼.ଦାମୋଦର ରାଉତ ଏହି ନିର୍ବାଚନ ମଣ୍ଡଳୀକୁ କ୍ରମାଗତ ଭାବରେ ନିର୍ବାଚିତ ହେଉଥିଲେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ଉପରେ କଂଗ୍ରେସ, ବିଜେପି ଏବଂ କେତେକ ସ୍ୱାଧିନ ପ୍ରାଥିଙ୍କର ଲୋଲୁପ ଦୃଷ୍ଟି ରହିଛି । ଡ଼ଃ.ରାଉତ ବିଜେଡ଼ି ଦଳରୁ ବହିଷ୍କୃତ ହେବା ପରେ ଏହି ଆସନର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବାରୁ ଆଶାୟୀ ମାନଙ୍କ ସଖ୍ୟଂ ବହୁ ପରିମାଣରେ ବଢ଼ିଯାଇଛି ।

ପୂର୍ବରୁ ଏହି ନିର୍ବାଚନ ମଣ୍ଡଳିରେ ବିଜୟ ହାସଲପାଇଁ ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ବସବାସ କରୁଥିବା କର୍ମଚାରିମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରି ସଗଂଠନ , ବନ୍ଦରର ଅନ୍ୟ ପରିବହନ ଦାୟୀତ୍ୱରେ ନିଯୁକ୍ତ ବିଭିନ୍ନ ଠକି୍ା ସଂସ୍ଥାର କର୍ମଚାରି, ପାରାଦ୍ୱୀପ ପøରପରିଷଦ ଏବଂ ସର୍ବପରି ଆଖପାକ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଏହି ନିର୍ବାଚନ ମଣ୍ଡଳିର ଭୋଟର ସଂଖ୍ୟା ୪ଲକ୍ଷରୁ ଉର୍ଦ୍ଦ ହୋଇଥିବା ବେଳେ ମୁଖ୍ୟତଃ ବିଜୁ ଜନତା ବଳ, ଭାରତୀୟ ଜନତାପାର୍ଟି, କଂଗ୍ରେସ ଏବଂ କେତେକ ବାମପନ୍ଥି ଅଥବା ସ୍ୱାଧିନ ପନ୍ଥି ପ୍ରତିଦ୍ୱନ୍ଦିତା କରିବେ ।

ଡଃ଼.ଦାମୋଦର ରାଉତ କ୍ରମାଗତ ଭାବରେ ସାତଥର ଏହି ନିର୍ବାଚନ ମଣ୍ଡଳିରୂ ନିର୍ବାଚିତ ହୋଇ ଆସୁଥିବାରୁ ତାଙ୍କ ଲୋକପ୍ରିଅତା ଅତୁଟ ରହିଛି ବୋଲି ନିଜେ ଡଃ଼.ରାଉତ ଏବଂ ତାଙ୍କ ସମର୍ଥକ ମାନେ ଆଶା କରୁଛନ୍ତି । ସେଭଳି କଂଗ୍ରେସ ଦଳ ତରଫରୁ ଗତ ନିର୍ବାଚନରେ ପରାଜିତ ହୋଇଥିବା ଶ୍ରୀ ବାପି ସର୍ଖେଲ ବିଗତ ବର୍ଷ ମାନଙ୍କରେ ନିଜର ସଂଗଠନକୁ ଦୃଢ଼ କରିବା ସହ ନିଜର ଆର୍ଥକ ସ୍ଥିତି କୁ ଆଶାତୀତ ଭାବରେ ସଂବୃଦ୍ଧ କରିଥିବାରୁ ଏହି ନିର୍ବାଚନରେ ସେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ବୋଲି ତାଙ୍କ ସମର୍ଥକ ମାନେ ଦାବି କରୁଛନ୍ତି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ପ୍ରାଥି ଭାବରେ ଲଢ଼ିବା ଲାଗି ଆଶାୟୀ ଥିବା ତିନି ଚାରି ଜଣ ସ୍ଥାନିୟ ନେତା ମାନଙ୍କ ମଧ୍ୟରୁ ଦଳ ଯାହାକୁ ପ୍ରର୍ôଥ ଭାବରେ ମନୋନିତ କରିବେ ସେ ନିଶ୍ଚତ ଭାବରେ ବିଜୟ ହାସଲ କରିବେ ବୋଲି ଦଳିୟ କର୍ମୀ ଓ ସମର୍ଥକ ମାନେ ଦାବି କରୁଛନ୍ତି । ବିଭିନ୍ନ ଶ୍ରମିକ ଓ ଠିକାଦାର ସଂଗଠନର ସମର୍ଥନ ଲାଭ କରି ପାରାଦ୍ୱୀପରେ ନିଜର ପ୍ରଭାବ ଜାହିର କରିବା ପାଇଁ ଉଦ୍ୟମ କରୁଥିବା ସନ୍ତୋଷ ପଟ୍ଟନାୟକ ଡ଼ଃ.ରାଉତଙ୍କ ବିରୋଧି ଭାବେ ପରିଚିତ ଅନ୍ୟତମ ନେତା ବିଣ୍ଣୁ ଦାସଙ୍କ ସମର୍ଥନରେ ବିଜେଡ଼ି ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର ଭୋଟ ହାତେଇବା ଲାଗି ଉଦ୍ୟମ କରୁଛନ୍ତି । ତେଣୁ ସେ ବିଜେଡ଼ିରୁ ନହେଲେ ମଧ୍ୟ ସ୍ୱାଧିନ ଭାବରେ ପ୍ରାଥି ହେବାର ସମ୍ଭାବନା କୁ ଏଡ଼ାଇ ଦେଇ ହେବନାହିଁ ।
ପାରାଦ୍ୱୀପ ଏକ ସମ୍ମାନ ଦାୟକ ନିର୍ବାଚନ ମଣ୍ଡଳି ହୋଇଥିବାରୁ ବିଜୁ ଜନତା ଦଳର ବିଣ୍ଣୁ ଦାସ ଏବଂ ବାରବାଟି ବିଧାୟକ ଦେବାଶିସ ସାମନ୍ତରାୟ ଏହି ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦିତା କରିବାପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁକମ୍ପା ଲାଭ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ଉଚ୍ଚାରଣ ଓ ଆଚରଣରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଥିବା ପ୍ରାକ୍ତନ ମନ୍ତ୍ରୀ ଡଃ଼.ରାଉତ ଙ୍କ ପରିବର୍ତ୍ତେ ବିଜୁ ଜନତା ଦଳର ଅନ୍ୟତମ ସାଧାରଣ ସମ୍ପାଦକ ଭାବରେ ମାତ୍ର କେଇ ମାସ ପୂର୍ବରୁ ମନୋନିତ ହୋଇଥିବା ଡଃ଼.ରାଉତଙ୍କ ଏକ ମାତ୍ର ପୁତ୍ର ତଥା ଦୈନିକ ସମ୍ବାଦପତ୍ର ‘ସଂଚାର’ ର ପ୍ରକାଶକ ସମ୍ବିତ ରାଉତରାୟ ବିଜେଡ଼ି ତରଫରୁ ପ୍ରାଥି ହେବାପାଇଁ ଆଗ୍ରହି ଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଦଳ କିଭଳି ପଦକ୍ଷପ ନେବ ତାହା ଅଷ୍ପଷ୍ଟ । ଡଃ଼.ରାଉତ ଯେକୌଣସି ପରିସ୍ଥିତିରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଘୋଷଣା କରିଥିବା ଦୃଷ୍ଟିରୁ ବିଜୁ ଜନତା ଦଳର କର୍ମି ମାନେ କିଭଳି ପଦକ୍ଷେପ ନେବେ ସେ ସମ୍ପର୍କରେ ଦ୍ୱୀଧାରେ ରହିବା ସ୍ୱାଭାବିକ ହୋଇଥିଲେ ମଧ୍ୟ ବିଜୁ ଜନତା ଦଳ ଓ ଏହାର ସର୍ବମୟ କର୍ତ୍ତା ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ନିଶ୍ଚିତ ଭାବରେ ସମ୍ମାନ ଦେବେ ତେଣୁ ଡ଼ଃ.ଦାମୋଦର ରାଉତଙ୍କ ପ୍ରତି ବିଜୁ ଜନତା ଦଳର ସ୍ଥାନୀୟ ନେତା ବା କର୍ମୀ ମାନଙ୍କ ସମର୍ଥନର ଆଶା ଅତ୍ୟନ୍ତ କ୍ଷୀଣ ଡଃ଼. ରାଉତ ନିଜର ସାମର୍ଥ୍ୟ ଏବଂ ଜନପ୍ରିୟତାର ପରାକାଷ୍ଟା ଦେଖାଇବାଲାଗି ନିର୍ଦଳିୟ ପ୍ରାଥି ଭାବରେ ନିର୍ବାଚନର ରଣାଙ୍ଗରେ ଅବର୍ତ୍ତିନ ହେବେବୋଲି ଯେଉଁ ଦମ୍ଭୋକ୍ତି କରିଛନ୍ତି ବିଜୁ ଜନତା ଦଳ ତରଫରୁ ସମ୍ବିତ ରାଉତରାୟଙ୍କୁ ଯଦି ପ୍ରାଥି କରାଯାଏ ତେବେ ଡ଼ଃ.ରାଉତ କିଭଳି ପଦକ୍ଷପ ନେବେ ତାହା ରାଜନୌତିକ ପର୍ଯ୍ୟବେକ୍ଷ ମାନଙ୍କ ମନରେ କୌତୁହଳ ସୃଷ୍ଟି କରିବା ସ୍ୱାଭାବିକ । ନିଜ ମାଲୀକାନା ଏବଂ ସମ୍ପାଦନାରେ ପ୍ରତିଷ୍ଠିତ ଦୌନିକ ସଂଚାର ଏବଂ ମାତ୍ର ଅଳ୍ପ ଦିନ ପୂର୍ବରୁ ନବୀନ ବିରୋଧି ବନ୍ଧୁତରର ଡ଼ୋରିରେ ବାନ୍ଧି ହୋଇଥିବା ବୌଜୟନ୍ତ ପଣ୍ଡାଙ୍କ ‘ଓଟିଭି’ ସାହାଯ୍ୟରେ ନିଜ ସପକ୍ଷରେ ଜନମତ ସୃଷ୍ଠି କରିବା ଦିଗରେ ସେ କେତେଦୂର ସଫଳ ହେବେ ତାହା ଏବେ ମଧ୍ୟ ଅନିଶ୍ଚିତ ।

ବୌଜୟନ୍ତଙ୍କ ଘନିଷ୍ଠ ବନ୍ଧୁ ଓ ନିଜକୁ ପ୍ରତିରକ୍ଷା ବିଷେଶଜ୍ଞ ତଥା ‘ନମୋ’ ଗୋଷ୍ଠିର ଅନ୍ୟତମ ସଦସ୍ୟ ଭାବରେ ଦାବି କରୁଥିବା ଅଭିଜିତ୍ ଆୟର ମିତ୍ର ନାମୋଧେୟ ଜନୌକ ସାମ୍ବାଦିକ (?) ଓଡ଼ିଆ ଜାତି, କଳା, ସଂସ୍କୃତି ଓ ଜନ ପ୍ରତିନିଥି ମାନଙ୍କ ବିରୁଦ୍ଧ୍ୱରେ ଅଶ୍ଳିଳ ଏବଂ ଅଋୁଚିକର ମନ୍ତବ୍ୟ ଦେଇ ରାଜ୍ୟର ବୁଦ୍ଧିଜୀବି ଏବଂ ସାଧାରଣ ନାଗରିକ ନିକଟରେ ନିନ୍ଧିତ ହୋଇଥିବା ସମୟରେ ଡ଼ଃ.ରାଉତଙ୍କ ନିରବତା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହାର ପ୍ରତିକ୍ରିୟା ପାରାଦ୍ୱୀପ ଅଞ୍ଚଳରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଇଥିବା ପରିଲକ୍ଷିତ ହୋଇଛି । ଏହିଭଳି ପରିସ୍ତିତିରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳିରୁ ଡଃ଼.ରାଉତ ପୁନଃ ନିର୍ବାଚିତ ହେବାର ସମ୍ଭାବନା କ୍ଷୀଣ ହୋଇଯାଇଛି । ତେଣୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପାରାଦ୍ୱୀପ ନିର୍ବାଚନ ମଣ୍ଡଳିର ଉତ୍ତରାଧିକାରି କିଏ ହେବେ ତାହା ଏବେ ବିରାଟ ପ୍ରଶ୍ନବାଚି ରୂପେ ଦେଖାଦେଇଛି ।

By amfnews

Related Post