Sun. Mar 8th, 2026

ପାଣିରେ ବୁଡ଼ି ପ୍ରଥମ ଶ୍ରେଣୀର ଛାତ୍ର ମୃତ

171577202
136 Views

ମାଲକାନଗିରି  : ସୋମବାର ସକାଳେ ଗଙ୍ଗଲା ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତଛାତ୍ର ହେଉଛନ୍ତି ପ୍ରଥମ ଶ୍ରେଣୀର ଛାତ୍ର ଅମିତ କାଲେକୁରା। ଶୌଚ ହେବା ପାଇଁ ବାହାରକୁ ଯାଇ ଅମିତ ପାଣିରେ ବୁଡ଼ି ମରିଯାଇଥିବା କୁହାଯାଉଛି। ସେବାଶ୍ରମ କର୍ମଚାରୀଙ୍କ ଅବହେଳା କାରଣରୁ ହଷ୍ଟେଲ୍‌ରେ ରହୁଥିବା ଛାତ୍ର କେମିତି ପଦାକୁ ଯାଇଥିବା ଅଭିଯୋଗ କରି ଲୋକେ ଅସନ୍ତୋଷ ବ୍ୟକ୍ତ କରିବାରୁ ପରିସ୍ଥିତି କ୍ରମଶଃ ଉତ୍ତେଜକ ହୋଇଚାଲିଛି। ପିଲାମାନେ ମଧ୍ୟ ସେବାଶ୍ରମ ଛାଡ଼ି ଚାଲି ଯାଉଛନ୍ତି। ଅମିତଙ୍କ ଶବକୁ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ମାଲକାନଗିରି ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

By amfnews

Related Post