Sun. Mar 8th, 2026

ପାଣିରେ ବୁଡି ଯାଉଥିବା ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଶିଖ୍‌ ଯୁବକ

157 Views

ଘନୋଲି  :   ଶିଖ୍‌ମାନେ ସାଧାରଣତଃ ମୁଣ୍ଡରେ ପଗଡି ବାନ୍ଧିବାର ନିୟମ ରହିଛି। ପଗଡ଼ି ଖୋଲିବା ସେମାନଙ୍କ ମର୍ଯ୍ୟାଦା ବାହାରେ ରହିଥାଏ। କିନ୍ତୁ ଏମିତି ଅନେକ ଥର ଦେଖିବାକୁ ମିଳିଛି କି ଶିଖମାନେ ନିଜ ପଗଡ଼ିର ଚିନ୍ତା ନକରି ଏମିତି କିଛି କାମ କରି ଥାଆନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟି ଯାଇଥାଏ।

ଏମିତି ହିଁ ଏକ ମାମଲା ପଞ୍ଜାବର ଏକ ଗ୍ରାମ ଘନୋଲିରେ ଦେଖିବାକୁ ମିଳିଛି। ଭାକ୍ରା କେନାଲ୍‌ରେ ଭାସି ଯାଉଥିବା ଜଣେ ବୃଦ୍ଧା ମହିଳା ଜୀବନ ବଞ୍ଚାଇବାକୁ ଦୁଇ ଶିଖ୍‌ ଯୁବକ ନିଜ ପଗଡ଼ି ଖୋଲି ଦେଇଥିଲେ।

ମହିଳା ଜଣକ କେନାଲ୍‌ରେ ଭାସି ଯାଉଥିଲେ, ଏବଂ ତାଙ୍କୁ କେହି ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲେ। ଏହି ସମୟରେ କେନାଲ ପାର୍ଶ୍ୱ ଦେଇ ଜସବିନ୍ଦର ସିଂହ ଓ ବେରମପୁର ଗ୍ରାମର ଜଗତାର ସିଂହ ବାଇକରେ ନାଲାଗଢ଼ ଯାଉଥିଲେ। ବୃଦ୍ଧ ମହିଳାଙ୍କୁ ପାଣିରେ ଭାସି ଯାଉଥିବା ଦେଖି ଦୁହେଁ ଅଟକି ଯାଇଥିଲେ। ଏବଂ ମହିଳାଙ୍କୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ନିଜ ପଗଡ଼ି ଖୋଲି ଦେଇଥିଲେ। ପଗଡ଼ି ଧରି ମହିଳାଙ୍କୁ ପାଣି ଭିତରୁ ବାହରକୁ ଆସିବାକୁ କହିଥିଲେ। କିନ୍ତୁ ମହିଳା ଏପରି କରି ପାରି ନଥିଲେ। ତେଣୁ ପଗଡ଼ିର ଗୋଟିଏ ପାର୍ଶ୍ୱକୁ ନିଜ ଅଣ୍ଟାରେ ବାନ୍ଧି ଅନ୍ୟ ପାର୍ଶ୍ୱ କେନାଲ ପାଖରେ ଛିଡା ହୋଇଥିବା ଅନ୍ୟ ଲୋକଙ୍କୁ ଧରାଇ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଏବଂ ଭାସି ଯାଉଥିବା ମହିଳାଙ୍କ ଜୀବନ ବଞ୍ଚାଇଥିଲେ।

By amfnews

Related Post