Sun. Mar 8th, 2026

ପାଣିପାଉଚ୍‌ ପାଇଁ ଶିକ୍ଷକଙ୍କ ଅଶୋଭନୀୟ ଆଚରଣ : ୯ ଛାତ୍ରଙ୍କୁ ଅମାନୁଷିକ ମାଡ଼

301 Views

ରାଉରକେଲା : ସାମାନ୍ୟ ପାଣି ପାଉଚ୍‌ ପାଇଁ ୯ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଲହୁଲୁହାଣ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏହି ଅଶୋଭନୀୟ ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ବିଦ୍ୟାଳୟ ପରିସର ହେଉଛି ଦଣ୍ଡମୁକ୍ତ ଅଞ୍ଚଳ। ଗତ ମଙ୍ଗଳବାର ଦିନ ଏକ ସାଧାରଣ ଘଟଣା ପାଇଁ ପଞ୍ଚମ ଶ୍ରେଣୀ କକ୍ଷକୁ ଭିତର ପଟୁ ବନ୍ଦ କରି ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୯ ଜଣ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ। ମାଡ଼ରେ ୫ମ ଶ୍ରେଣୀର ଜଣେ ଏବଂ ୬ଷ୍ଠ ଶ୍ରେଣୀର ୮ ଜଣ ଛାତ୍ର ଆହତ ହୋଇଥିଲେ। ୪ ଜଣଙ୍କ ଗୋଡ଼ ଫାଟି ଯାଇ ରକ୍ତ ବାହାରିଥିଲା। ଜଣେ ଛାତ୍ର ବେହୋସ ହୋଇଯିବାରୁ ତାଙ୍କୁ ଲହୁଣିପଡ଼ା ହସ୍ପିଟାଲକୁ ନିଆଯାଇଥିଲା। ମାଡ଼ ଖାଇଥିବା ଛାତ୍ରମାନଙ୍କ ଦୋଷ ହେଲା ସେମାନେ ପାଣି ପାଉଚ୍‌ ପାଇଁ ଠେଲାପେଲା କରିଥିଲେ, ତାହା ପୁଣି ସ୍କୁଲ୍ ପରିସର ବାହାରେ। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏହିଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ, ଘଟଣାକୁ ଚପାଇ‌ବା ପାଇଁ ଉଦ୍ୟମ ହୋଇଥିବା ଜଣାପଡ଼ିଛି।

By amfnews

Related Post