Sat. Mar 7th, 2026

ପାଟନାରେ ପ୍ରତିଷ୍ଠା ହେବ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି

324 Views

ନୂଆଦିଲ୍ଲୀ : ଆଜି ଭାରତର ପୂବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜୟନ୍ତୀ ଅବସରରେ କୃତଜ୍ଞ ରାଷ୍ଟ୍ର ଆଜି ତାଙ୍କୁ ଭାବହୀନ ଶ୍ରଦ୍ଧାଞ୍ଜଳି ଜଣାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ବାଜେପେୟୀଙ୍କ ରାଷ୍ଟ୍ରୀୟ ସ୍ମୃତିସ୍ଥଳଠାରେ ଥିବା ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ତେବେ ଆଜି ବାଜପ୍ରେୀଙ୍କ ଜନ୍ମଦିନ ଅବସରରେ ଦେଶର ସର୍ବବୃହତ ରେଳ ଓ ସଡ଼କ ପୋଲ ‘ବୋଗିବିଲ’କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଉ ପାଦେ ଆଗେଇ ଯାଇ ବିହାରର ରାଜଧାନୀ ପାଟଣାରେ ବାଜପ୍ରେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର ଆଜି କହିଛନ୍ତି ଯେ ବିହାରର ରାଜଧାନୀ ପାଟନାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜାପେୟୀଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ। ଏଥିପାଇଁ ଖୁବ୍‌ ଶୀଘ୍ର ଏକ ଭଲ ସ୍ଥାନ ନିରୁପଣ କରାଯିବ ବୋଲି ଶ୍ରୀ କୁମର କହିଛନ୍ତି।
ସୂଚନାଯୋଗ୍ୟ ଯେ କେନ୍ଦ୍ର୍ରରେ ଅଟଳ ବିହାରୀ ବାଜପେୟୀଙ୍କ (ଏନଡିଏ ସରକାର) ମନ୍ତ୍ରୀମଣ୍ଡଳରେ ନୀତିଶ କୁମାର ରେଳ ମନ୍ତ୍ରୀ ଭାବେ ଦାୟିିତ୍ୱ ସମ୍ଭାଳିଥିଲେ।

By amfnews

Related Post