Fri. Mar 6th, 2026

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ : ଆଉ ତିନି ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ

364 Views

କ୍ରାଇମବ୍ରାଞ୍ଚ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଇଛି । ଗତକାଲି ରାତିରେ ଦୁଇ ଜଣଙ୍କୁ ଉଠାଇ ନେଇଥିବା ବେଳେ ଆଜି ଆଉ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ  ଦିଲ୍ଲୀପ ଦାସ, କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ ଓ ବୈଭସୁତ ବିନ୍ଧାଣୀ।

ଗତକାଲି ଭଇଁସା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର, ଅନ୍ୟ ଜଣେ ଅଧ୍ୟାପକ ଉମେଶ ମଟାରୀଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଏମାନଙ୍କ ମଧ୍ୟରୁ ଫାର୍ମାସିଷ୍ଟ ରାଜକୁମାର ଦାସଙ୍କୁ ଛାଡ଼ି ଦିଆଯାଇଛି ।

ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ ଭୋଳାନାଥ ପଡ଼ାର ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଏହି ଅଘଟଣରେ  କୋରିଅର ଯୋଗେ ରାୟପୁରରୁ ଆସିଥିବା ଏକ ପାର୍ସଲକୁ ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଏବଂ ବୋହୂ ରୀମାରାଣୀ ଖୋଲୁଖୋଲୁ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ସୌମ୍ୟଶେଖରଙ୍କ ସହ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ରୀମାରାଣୀ ଗୁରୁତର ଆହତ ହୋଇଥିଲେ। ମାର୍ଚ୍ଚ ୨୩ରେ, ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

 

By amfnews

Related Post