214 Views
ଭୁବନେଶ୍ୱର, ଏପ୍ରିଲ 18 : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ । ବିଭିନ୍ନ ମହଲରେ ଶୋକର ଛାୟା ।
ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ 79 ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଗତ 2 ବର୍ଷ ହେଲା ଯକୃତଜନିତ ରୋଗରେ ପୀଡିତ ଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବିବେକାନନ୍ଦ ମେହେର 2 ଥର ବିଧାୟକ ଭାବେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।