Sat. Mar 7th, 2026

ପାଟକୁରା ଭୋଟ୍‌ : ଏଜେଣ୍ଟ-ପ୍ରିଜାଇଡିଂ ଅଫିସର୍‌ ଧସ୍ତାଧସ୍ତି

173 Views

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଥିବା ବେଳେ କିଣିଲୋ ସ୍ଥିତ ୩୦୭ ନମ୍ବର ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଚିରକୁଟିକୁ ନେଇ ଏଠାରେ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଉତ୍ତେଜନା କାରଣରୁ ଏଠାରେ ମତଦାନ ବନ୍ଦ ରହିଛି। ଆଜି ସକାଳେ ୨୭୮ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା।

ପାଟକୁରା ବିଧାନସଭାରେ ଆଜି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ମୁଖ୍ୟତଃ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

By amfnews

Related Post