Sat. Jan 11th, 2025

ପାଟକୁରା: ବର୍ଷା ସତ୍ତ୍ୱେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ମତଦାତା, ଦିନ ୩ଟା ସୁଦ୍ଧା ୬୧ ପ୍ରତିଶତ ଭୋଟ୍

By amfnews Jul 20, 2019 #Featured
174 Views

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଦିନ ୩ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ମିଳିଛି। ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି । ବର୍ଷା ସତ୍ତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବର୍ଷାରେ ଭିଜି ଭୋଟର ଭୋଟ୍‌ ଦେବାକୁ ପୁଲିଂ ବୁଥରେ ପହଞ୍ଚିଥିଲେ। ତେବେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା।

ବିଶେଷ କରି, ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ବ ହୋଇଥିଲା। ପାଟକୁରାର ୨୮୬ ଓ ୨୯୭ ନମ୍ବର ବୁଥରେ ଇଭିଏମ୍‌ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ।ମତଦାନ ପାଇଁ ବୁଥ୍‌ଗୁଡିକରେ ଭୋଟରଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।

ସେପଟେ ମତଦାନ କେନ୍ଦ୍ରକୁ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆସି ନିଜର ମତସାବ୍ୟସ୍ତ କରିଛନ୍ତି। ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ବିଜୟ ମହାପାତ୍ର ଭୋଟ ଦେଇଛନ୍ତି । ଏହାସହିତ ସେ କର୍ମୀଙ୍କ ସହ ବିଭିନ୍ନ ବୁଥକୁ ଯାଇ କିଭଳି ଭୋଟ ଗ୍ରହଣ ଚାଲିଛି ନେଇ ବୁଲି ଦେଖୁଛନ୍ତି । ସେହିପରି ବିଜେଡିର ହେଭିୱେଟ୍‌ ନେତା ଅତନୁ ସବ୍ୟସାଚୀ ନାୟକ ସାନ ଓଡଙ୍ଗାର ୨୩୦ ନମ୍ବର ପୁଲିଂ ବୁଥରେ ନିଜର ମତଦାନ କରିଥିଲେ।

ପାଟକୁରା ନିର୍ବାଚନମଣ୍ଡଳୀର ୩୦୯ ଟି ବୁଥରେ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର କରିବେ। ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତିି । ଏଥର ପାଟକୁରା ମୈଦାନରେ ୧୦ଜଣ ପ୍ରାର୍ଥୀ ଅଛନ୍ତି। ହେଲେ ବିଜେଡିର ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

By amfnews

Related Post