Mon. Dec 23rd, 2024

ପାକିସ୍ତାନ ରକେଟ ଆକ୍ରମଣରେ ୯ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ, ୫୦ ଆହତ

By amfnews Aug 1, 2020 #fatured
226 Views

କାବୁଲ, ଅଗଷ୍ଟ ୦୧ : ପାକିସ୍ତାନ ପକ୍ଷରୁ କରାଯାଇଥିବା ରକେଟ ଆକ୍ରମଣରେ ଆଫଗାନିସ୍ତାର ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ପାକିସ୍ତାନ ନିଜର ଦକ୍ଷିଣ ପଶ୍ଚିମ ସୀମାରୁ ଆଫଗାନିସ୍ତାନର ଏକ ସୀମାବର୍ତ୍ତୀ ସହର ଉପରେ ରକେଟ ଆକ୍ରମଣ କରିଥିଲା, ଯେଉଁଥିରେ କି ୯ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ଅଧିକାରୀମାନେ ଏହି ଦାବି କରିଛନ୍ତି ।

ଅନ୍ୟପକ୍ଷରେ ପାକିସ୍ତାନ କହିଛି ଯେ, ଆଫଗାନିସ୍ତାନ ସୀମାରକ୍ଷକ ପୂର୍ବରୁ ଆକ୍ରମଣ କରିଥିଲେ । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ପାକିସ୍ତାନ ସ୍ପିନବୋଲଡକରେ ରକେଟ ଆକ୍ରମଣ କରିଥିଲା, ଯେଉଁଥିରେ କି ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୫୦ ଜଣ ଆହତ ହୋଇଥିଲେ । ଏହା ପରେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛି, ଆଫଗାନ ସୈନ୍ୟ ବଳ ନିରିହ ସାଧାରଣ ନାଗରିକ ଏବଂ ପାକିସ୍ତାନୀ ସୁରକ୍ଷା ବଳ ଉପରେ ବିନା କାରଣରେ ଗୁଳି ଚାଳନା କରୁଛନ୍ତି । ଫଳରେ ପାକିସ୍ତାନ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପାକିସ୍ତାନ କହିଛି, ପରେ ସୈନ୍ୟ ଓ କୁଟନୀତି ମାଧ୍ୟମରେ ଉତ୍ତେଜନା କମ କରାଯାଇଛି ।

By amfnews

Related Post