Mon. Apr 21st, 2025

ପାକିସ୍ତାନ ଯୁବତୀଙ୍କ ପ୍ରେମ ଜାଲରେ ଫଶି ସୋସିଆଲ ମିଡିଆ ଜରିଆରେ ଗୁପ୍ତ ସୂଚନା ଦେଉଥିଲେ ଯବାନ

By amfnews Jan 12, 2019 #Featured
256 Views

ଜୟପୁର: ହରିୟାଣାର ଜଣେ ଯବାନ ଦେଶପ୍ରତି ବିଶ୍ୱାସଘାତକ କରିଛନ୍ତି। ସୋମବୀର ସିଂହ ନାମକ ଜଣେ ଭାରତୀୟ ସେନା ସୋସିଆଲ ମିଡିଆ ଜରିଆରେ ପାକିସ୍ତାନକୁ ଗୁପ୍ତ ସୂଚନାମାନ ପଠାଉଥିଲେ। ଯବାନ ପାକିସ୍ତାନର ଗୁଇନ୍ଦା ବିଭାଗକୁ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା।

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଜଣେ ମହିଳା ଏଜେଣ୍ଟଙ୍କ ଜାଲରେ ସୋମବୀର ଫସି ଯାଇଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଶୁକ୍ରବାର ଯବାନ ସୋମବୀରକୁ ଗିରଫ କରାଯାଇଛି। ଏଜେନ୍ସି ଇଣ୍ଟେଲିଜେନ୍ସ ଉମେଶ ମିଶ୍ରାଙ୍କ କହିବାନୁସାରେ, କିଛିଦିନ ତଳେ ସୋସିଆଲ ମିଡିଆରେ ସନ୍ଦିଗ୍ଧ ଗିିତିବିଧି ପାଇଁ ସୋମବୀରଙ୍କୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଥିଲା। ପରେ ସୋମବୀର ବିରୋଧରେ ପ୍ରମାଣ ମିଳିବା ପରେ ଗିରଫ କରାଯାଇଥିଲା। ଜୟପୁରରେ ସୋମବୀରକୁ ପଚରାଉଚରା ଜାରି ରହିଛି। ୨୦୧୯ ଜାନୁଆରି ୧୮ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ନେଇଛି

ସେନା ପ୍ରଶିକ୍ଷଣ ସମୟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ମହିଳା ଏଜେଣ୍ଟ ସମ୍ପର୍କରେ ସୋମବୀର ଆସିଥିଲେ। ମହିଳା ନିଜ ଜାଲ ବିଛାଇଥିଲେ। ଯେଉଁ ଜାଲରେ ସୋମବୀର ଫସି ଯାଇଥିଲେ।

By amfnews

Related Post