Sun. Jan 12th, 2025

ପାକିସ୍ତାନ ‘କଟାସରାଜ ଧାମ’ ଯାତ୍ରା ପାଇଁ ୧୩୯ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଦେଲା ଭିଜା

By amfnews Dec 10, 2018 #Featured
107 Views

ନୂଆଦିଲ୍ଲୀ, ଡିସେମ୍ବର ୧୦ : ପାକିସ୍ତାନ ଉଚ୍ଚାୟୋଗ ରବିବାର କହିଛନ୍ତି, ପ୍ରସିଦ୍ଧ ଶିବ ମନ୍ଦିର ‘କଟାସରାଜ ଧାମ’ ଯାତ୍ରା ପାଇଁ ୧୩୯ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିଜା ଦେଇଛି । ଏହି ମନ୍ଦିର ପାକିସ୍ତାନର ପଂଜାବରେ ପ୍ରତିଷ୍ଠା ହୋଇଛି । ଧର୍ମସ୍ଥଳକୁ ଯାତ୍ରା ପାଇଁ ଏକ ଦ୍ୱିପାକ୍ଷୀକ ଢାଚା ଭଳି ଭାରତ ଠାରୁ ଶିଖ ଏବଂ ହିନ୍ଦୁ ତୀର୍ଥଯାତ୍ରୀ ପ୍ରତ୍ୟେକ ବର୍ଷ ପାକିସ୍ତାନ ଯାତ୍ରା କରିଥାନ୍ତି । ପାକିସ୍ତାନୀ ଶ୍ରଦ୍ଧାଳୁ ପ୍ରୋଟୋକଲ ବଳରେ ପ୍ରତେକ ବର୍ଷ ଭାରତ ଯାତ୍ରା କରିଥାନ୍ତି ।

ପାକିସ୍ତାନ ଉଚ୍ଚାୟୋଗ କହିଛି,ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ପାକିସ୍ତାନ ଉଚ୍ଚାୟୋଗ ଚକୱାଲ ଜିଲ୍ଲାରେ ଥିବା ଶ୍ରୀକଟାସରାଜ ଧାମ ପାଇଁ ଡିସେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଭିଜା ଦେଇଛି । ସୂଚନାଯୋଗ୍ୟ ଗତ ନଭେମ୍ବରରେ ପାକିସ୍ତାନ ୩୮୦୦ରୁ ଅଧିକ ଶିଖ ତୀର୍ଥଯାତ୍ରୀକୁ ଭିଜା ଦେଇଥିଲା । କିଛି ତୀର୍ଥଯାତ୍ରୀ ନଭେମ୍ବର ୨୮ରେ କରତାରପୁର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଚଳିତ ମାସର ଆରମ୍ଭରରେ ୨୨୦ରୁ ଅଧିକ ଭାରତୀୟ ତୀର୍ଥଯାତ୍ରୀ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଶଦାଣୀ ଦରବାର ଯାତ୍ରା କରିଥିଲେ । ଏଥି ପାଇଁ ସେମାନେ ପାକିସ୍ତାନ ତରଫରୁ ଭିଜା ପାଇଥିଲେ । ପାକିସ୍ତାନ ଉଚ୍ଚାୟୁକ୍ତ ସୋହେଲ ମହମ୍ମଦ କହିଛନ୍ତି, ତାଙ୍କ ଦେଶକୁ ଆସୁଥିବା ଯାତ୍ରୀମାନଙ୍କୁ ଯଥା ସମ୍ଭବ ସୁବିଧା ଦେଉଛନ୍ତି ।

By amfnews

Related Post