Sat. Mar 7th, 2026

ପାକିସ୍ତାନୀ ସ୍ନାଇପର୍‌ ଆକ୍ରମଣରେ ଜମ୍ମୁ-କଶ୍ମୀରରେ ବିଏସ୍‌ଏଫ୍‌ ଅଧିକାରୀ ନିହତ

186 Views

ଶ୍ରୀନଗର, ଜାନୁଆରୀ ୧୫ : ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟର ସୀମାନ୍ତରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଜଣେ ଅଧିକାରୀ ମଙ୍ଗଳବାର ପାକିସ୍ତାନୀ ସ୍ନାଇପର୍‌ଙ୍କ ଆକ୍ରମଣରେ ସହିଦ ହରାଇଛନ୍ତି। ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି କି ପୂର୍ବାହ୍ନ ପ୍ରାୟ ୧୦.୫୦ ସମୟରେ  ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ବିନୟ ପ୍ରସାଦ ଓ ତାଙ୍କ ଦଳ ଅନ୍ତରାଷ୍ଟ୍ରୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଯାଉଥିବା ସମୟରେ  ସ୍ନାଇପର୍‌ଙ୍କ  ଗୁଳିର ଶିକାର ବନିଥିଲେ।

ପକିସ୍ତାନୀ ପଟୁ ଅନେକ ସମୟ ଧରି ଲଗାତର ଭାବେ ସ୍ନାଇପର୍‌ମାନେ ଗୁଳି ଚଳାଇଥିଲେ । ପ୍ରସାଦଙ୍କ ଦେହରେ ବହୁସଂଖ୍ୟକ ଗୁଳି ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌କୁ ନିଆଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସଂପର୍କରେ ସେନା ମୁଖ୍ୟ ବିପିନ ରାଓ୍ଵତ କହନ୍ତି, ‘ଆତଙ୍କୀ କାର୍ଯ୍ୟକଳାପର ଉପଯୁକ୍ତ ଜବାବ ଦେବା ପାଇଁ ସୀମା ସୁରକ୍ଷା ବଳ କେବେ ବି ପଛଘୁଞ୍ଚା ଦେବ ନାହିଁ।’ ସେନା ଦିବସରେ ସୈନିକମାନଙ୍କୁ ସମ୍ବୋଧିତ କରି ରାଓ୍ଵତ ଆହୁରି ବି କହିଛନ୍ତି କି ‘ଭାରତର ପଶ୍ଚିମ ସୀମାରେ ଏବଂ ଦେଶର ଅନ୍ୟ ସ୍ଥାନରେ  ଆତଙ୍କବାଦୀଙ୍କୁ ସୀମାପାର ସହାୟତା ମିଳୁଛି । ତେବେ  ଜମ୍ମୁ-କଶ୍ମୀର ସୀମାନ୍ତରେ ଆମର ଦବଦବା ରହିଛି ବୋଲି ଆମେ ସୁନିଶ୍ଚିତ କରୁଛୁ।’

By amfnews

Related Post