Sun. Nov 24th, 2024

ପାକିସ୍ତାନୀ ମହିଳା ଏଜେଣ୍ଟ୍‌ଙ୍କ ହନିଟ୍ରାପ୍‌ରେ ଓଡ଼ିଆ ଯବାନ

By amfnews Nov 8, 2019 #Featured
93 Views

ଭୁବନେଶ୍ୱର : ପାକିସ୍ତାନର ଆଇଏସ୍‌ଆଇ ମହିଳା ଏଜେଣ୍ଟ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ସେନା ବାହିନୀର ଓଡ଼ିଆ ଯବାନ ବିଚିତ୍ର ବେହେରା ଦୋଷ ସ୍ୱୀକାର କରିଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି।

ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅନ୍ତର୍ଗତ ଆଙ୍କରୋଡ଼ା ଗାଁରେ। ବିଚିତ୍ରଙ୍କ ସହ ଲାନ୍‌ସ୍‌ ନାଏକ ରବି ବର୍ମା ମଧ୍ୟ ଗିରଫ ହୋଇଥିଲେ। ଦୁହିଁଙ୍କୁ ରାଜସ୍ଥାନର ଯୋଧପୁର ରେଳବାଇ ଷ୍ଟେସନ୍‌ରୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ତାଙ୍କ ଘର ମଧ୍ୟପ୍ରଦେଶରେ।

ପାକିସ୍ତାନର ଆଇଏସ୍‌ଆଇ ମହିଳା ଏଜେଣ୍ଟ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରୁଥିବା ଅଭିଯୋଗରେ ଦୁହିଁଙ୍କୁ ରାଜସ୍ଥାନର ଯୋଧପୁର ରେଳବାଇ ଷ୍ଟେସନ୍‌ରୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା।

ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ର ସରବ୍ୟ ହୋଇ ଦୁହେଁ ସୂଚନା ଯୋଗାଉଥିବା କଥା ପଚରା ଉଚୁରାରୁ ଜଣାପଡ଼ିଥିବା କଥା ରାଜସ୍ଥାନ ଏଡିଜି ଉମେଶ ମିଶ୍ର କହିଥିଲେ।

ଉଭୟ ହ୍ଵାଟ୍‌ସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ ଜରିଆରେ ତଥ୍ୟ ପ୍ରେରଣ କରୁଥିଲେ। ଉକ୍ତ ମହିଳାଙ୍କ ଉଚ୍ଚାରଣ ଶୈଳୀ ପଞ୍ଜବୀ ଏବଂ ସେ ପାକିସ୍ତାନର ଇଣ୍ଟର୍‌ନେଟ୍‌ ପ୍ରୋଟୋକଲ୍‌ ସର୍ଭିସରେ ଭଏସ୍‌ ଓଭର୍‌ ବ୍ୟବହାର କରି ପାକିସ୍ତାନୀ ନମ୍ବରରୁ ଡାକୁଥିଲେ। କିନ୍ତୁ ତାହା ଭାରତୀୟ ସେନାଙ୍କ ସ୍କ୍ରିନ୍‌ରେ ଭାରତୀୟ ନମ୍ବର ଭାବେ ପ୍ରତିଫଳିତ ହେଉଥିଲା।

ବିଚିତ୍ର ସେପରି ସ୍ୱଭାର ପିଲା ନୁହେଁ ବୋଲି ତାଙ୍କର ମାଆ ଗଣମାଧ୍ୟମକୁ କହିଛନ୍ତି। ତାଙ୍କୁ ଛାଡ଼ି ଦେବାକୁ ସେ ନିବେଦନ କରିଛନ୍ତି।

By amfnews

Related Post