Sat. Nov 23rd, 2024

ପାକିସ୍ତାନର ଶୀର୍ଷ ପଳାତକ ଆତଙ୍କବାଦୀ କମାଣ୍ଡର ଆଫଗାନିସ୍ତାନରେ ନିହତ, ମୁଣ୍ଡ ଉପରେ ଥିଲା ୩୦ ଲକ୍ଷ ଡଲାର ପୁରସ୍କାର

By amfnews Jan 29, 2021 #Featured
452 Views

ପେଶାୱର, ଜାନୁଆରୀ ୨୯ : ପାକିସ୍ତାନର ଜଣେ ଶୀର୍ଷସ୍ତରର ପଳାତକ ଆତଙ୍କବାଦୀ କମାଣ୍ଡର ଦକ୍ଷିଣ ଆଫଗାନିସ୍ତାନର ସଡ଼କପାଶ୍ୱର୍ରେ ବୋମା ବିସ୍ଫୋରଣରେ ନିହତ ହୋଇଛି । ଏହି ଆତଙ୍କବାଦୀ ଉପରେ ୩୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ରଖାଯାଇଥିଲା । ଜଣେ ବରିଷ୍ଠ ଆଫଗାନ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । 

ପ୍ରତିବନ୍ଧିତ ଲଶ୍କର-ଏ-ତଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ମଂଗଲ ବାଗ ଅନେକ ଗୁଡ଼ିଏ ବଡ଼ଧରଣର ଆତଙ୍କବାଦ ଘଟଣାରେ ସଂପୃକ୍ତ ଥିଲା । ଏକ୍ସପ୍ରେସ ଟ୍ରିବୁନ ଖବରକାଗଜ ଆଫଗାନିସ୍ତାନର ନାଂଗରହାର ରାଜ୍ୟର ଗଭର୍ଣ୍ଣର ଜିୟାଉଲହକ ଅମରଖିଲଙ୍କ ତରଫରୁ କୁହାଯାଇଛି ଯେ, ଆଫଗାନିସ୍ତାନର ଆକିନ ଜିଲ୍ଲାର ବନ୍ଦର ଦାରା ଅଂଚଳରେ ସଡ଼କ ପାଶ୍ୱର୍ରେ ହୋଇଥିବା ବୋମା ବିସ୍ଫୋରଣରେ ସେ ନିଜର ୨ଜଣ ସହଯୋଗୀଙ୍କ ସହିତ ଜୀବନ ହାରିଛି । 

ଖବରକାଗଜ ରିପୋର୍ଟ କରିଛି ଯେ, ଟ୍ରକ କ୍ଲୀନରରୁ ଆତଙ୍କବାଦୀ ସାଜିଥିବା ବାଗ ପ୍ରତିବନ୍ଧିତ ତହରୀକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ଜଡ଼ିତ ହୋଇଥିଲା । ସେ ପାକିସ୍ତାନର ଖାଇବର ଜଲ୍ଲା ନିବାସୀ ଥିଲା । ପାକିସ୍ତାନୀ ସେନା ତରଫରୁ ଅପରେଶନ ଜର୍ବ-ଏ-ଅଜବ ଆରମ୍ଭ କରାଯିବା ପରେ ସେ କିଛି ବର୍ଷ ହେବ ଆଫଗାନିସ୍ତାନରେ ରହିଆସୁଥିଲା ।  

By amfnews

Related Post