Sun. Mar 8th, 2026

ପାକିସ୍ତାନର ମିସାଇଲକୁ ମାତ୍ ଦେବାକୁ ଭାରତ ପ୍ରସ୍ତୁତ

211 Views

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ। ଆତଙ୍କବାଦୀ ଆକ୍ରମଣ ସାଙ୍ଗକୁ ପାକିସ୍ତାନ ସେନା ଆକ୍ରମଣ କରିବାର ସମ୍ଭାବନା ମଧ୍ୟ ରହିଛି। ଏହି ସମୟରେ ଭାରତୀୟ ସେନା ନିଜର ଶକ୍ତି ବଢ଼ାଇଛି। ଇସ୍ରାଏଲ ଦ୍ୱାରା ନିର୍ମିତ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (ଏଟିଜିଏମ) ସ୍ପାଇକକୁ ଭାରତୀୟ ସେନା ସାମିଲ୍ କରିଛି।

ସୂଚନାଯୋଗ୍ୟ, ଇସ୍ରାଏଲ ପାଖରୁ ଏଟିଜିଏମ୍ ସ୍ପାଇକ୍ ଆଣିବ ବୋଲି ଭାରତ ପ୍ରଥମେ ନିଷ୍ପତ୍ତି ନେଇଥିଲା। ଏହାପରେ ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ଏହି ଏଟିଜିଏମ୍ ନିର୍ମାଣ କରିବ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ନିର୍ମାଣ କାମରେ ବିଳମ୍ୱ ହେବାରୁ ଇସ୍ରାଏଲ ପାଖରୁ ଏଟିଜିଏମ୍ ଆଣିବ ବୋଲି ଭାରତ ନିଷ୍ପତ୍ତି ନେଇଥିଲା। ଏହାପରେ ୪୦୦ ସ୍ପାଇକ୍ ଏଟିଜିଏମ୍ ମିସାଇଲ ଅର୍ଡର କରିଥିଲା ଭାରତ। ଏବେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଭାରତକୁ ୨୧୦ ସ୍ପାଇକ୍ ମିସାଇଲ୍ ଏବଂ ୧୨ ଲଞ୍ଚର୍ସ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏହି ଭଳି ୬ ହଜାର ମିସାଇଲ୍ ଭାରତୀୟ ସେନାରେ ସାମିଲ୍ କରିବାକୁ ଯୋଜନା ରଖିଛନ୍ତି।

ନିକଟରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଏବଂ ବାଲାକୋଟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହାପରେ ଏହି ମିସାଇଲକୁ ନିଜର ସୁରକ୍ଷା ଏବଂ ଶତ୍ରୁର ଉଦ୍ଦେଶ୍ୟକୁ ଭଣ୍ଡୁର କରିବା ପାଇଁ ଏହି ସ୍ପାଇକ୍ ମିସାଇଲ ସେନାରେ ସାମିଲ୍ କରିବାକୁ ସରକାର ଚିନ୍ତା କରିଥିଲେ। ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (ଏଟିଜିଏମ) ସ୍ପାଇକ୍ ତୃତୀୟ ପିଢ଼ୀର ଅତ୍ୟାଧୁନିକ ମିସାଇଲ୍ ମଧ୍ୟରୁ ଅନ୍ୟତମ। ଏହାର ଲକ୍ଷ୍ୟ ଭେଦ କ୍ଷମତା ୪ କିଲୋମିଟର ରହିଛି।

By amfnews

Related Post