Tue. Dec 24th, 2024

ପାକିସ୍ତାନର ଆଇଏସଆଇର ସରକାରୀ ସହଯୋଗୀ ହେଉଛି ସଲାହୁଦ୍ଦୀନ, ଭାରତକୁ ମିଳିଲା ପ୍ରମାଣ

By amfnews Sep 6, 2020 #Featured
120 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ଜମ୍ମୁ କଶ୍ମୀରରେ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ତାନର ସଂସ୍ଥା ଏବଂ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର କାହାରିକୁ ଅଛପା ରହିନାହିଁ । କିନ୍ତୁ ଏହାରି ଭିତରେ ପୁଣି ଥରେ ଭାରତୀୟ ସଂସ୍ଥାର ହାତରେ ମଜବୁତ ପ୍ରମାଣପତ୍ର ହସ୍ତଗତ ହୋଇଛି । ଭାରତୀୟ ସୁରକ୍ଷା ସଂସ୍ଥା ଏକ ନୂଆଁ ପ୍ରମାଣପତ୍ର ହାସଲ କରିଛି, ଯାହାକି ପାକିସ୍ତାନର ଇଣ୍ଟର-ସର୍ଭିସେଜ ଇଣ୍ଟେଲିଜେନ୍ସ (ଆଇଏସଆଇ) ସହିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନର ମୁଖ୍ୟ ସୟଦ ସଲାହୁଦ୍ଦୀନର ନିକଟତାକୁ ସ୍ପଷ୍ଟ କରୁଛି । ଏହି ପ୍ରମାଣପତ୍ର ଅକ୍ଟୋବରରେ ଫାଇନାନ୍ସିୟାଲ ଆକ୍ସନ ଟାକ୍ସ ଫୋର୍ସର ବୈଠକ ପୂର୍ବରୁ ଭାରତର ହସ୍ତଗତ ହୋଇଛି । ଏଥିରୁ ଆଶା କରାଯାଉଛି ଯେ, ଏଫଏଟିଏଫରେ ପାକିସ୍ତାନର ସ୍ଥିତି ଏବଂ ଖରାପ ହୋଇପାରେ ।

ପାକିସ୍ତାନର ଗୁଇନ୍ଦା ନିର୍ଦ୍ଦେଶାଳୟ, ଇସଲାମାବାଦ ଦ୍ୱାରା ନିକଟରେ ଜାରି କରାଯାଇଥିବା ପ୍ରମାଣପତ୍ର ଭାରତୀୟ ସଂସ୍ଥା ହାତରେ ଲାଗିଛି । ପ୍ରମାଣପତ୍ର ଅନୁସାରେ, ପ୍ରତିବନ୍ଧିତ ଆତଙ୍କବାଦୀ ସମୂହ ହିଜବୁଲ ମୁଜାହିଦ୍ଦୀନର ପ୍ରମୁଖ ସୟଦ ମହମ୍ମଦ ୟୁସୁଫ ଓରଫ ସୟଦ ସଲାଉଦ୍ଦୀନ ସରକାରୀ ଭାବେ ପାକିସ୍ତାନର ସଂସ୍ଥା ଆଇଏସଆଇ ସହିତ କାମ କରୁଛି ।

ନିର୍ଦ୍ଦେଶକ/କମାଣ୍ଡିଙ୍ଗ ଅଧିକାରୀ ବଜାହତ ଅଲି ଖାନଙ୍କ ନାମରେ ଜାରି ପତ୍ରରେ କୁହାଯାଇଛି ଯେ, ଏହା ପ୍ରମାଣିତ ହୋଇଛି ଯେ, ସୟଦ ମହମ୍ମଦ ୟୁସୁଫ ଶାହ, ଅମୀର ହଜବୁଲ ମୁଜାହିଦ୍ଦୀନ, ଇଣ୍ଟର ସର୍ଭିସେଜ ଇଣ୍ଟେଲିଜେନ୍ସ ସହିତ କାମ କରୁଛି । ସେ ଏହି ବିଭାଗର ଅଧିକାରୀ ।

By amfnews

Related Post