Sat. Mar 7th, 2026

ପାକିସ୍ତାନରେ ଦୁଇ ଭାରତୀୟ ହାଇକମିସନ୍ କର୍ମଚାରୀ ନିରୁଦ୍ଦିଷ୍ଟ

234 Views

ନୂଆଦିଲ୍ଲୀ: ଅଫିସ୍‌ କାର୍ଯ୍ୟରେ ଇସ୍‌ଲାମାବାଦ ଯାଇଥିବା ଦୁଇ ଜଣ ଭାରତୀୟ ହାଇକମିସନ୍ କର୍ମଚାରୀ ସୋମବାର ସକାଳୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ପାକିସ୍ତାନୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଘଣ୍ଟା ଧରି ସମ୍ପୃକ୍ତ କର୍ମଚାରୀମାନେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ଏବଂ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଅଭିଯୋଗ ଦାଏର କରାଯାଇଛି। ଏହା ପରେ ନିରୁଦ୍ଦିଷ୍ଟ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପାକିସ୍ତାନର ଇଣ୍ଟର୍‌-ସର୍ଭିସ୍ ଇଣ୍ଟେଲିଜେନ୍‌ସ୍ ବାରମ୍ବାର ଭାରତୀୟ କୂଟନୀତିଜ୍ଞ ଏବଂ ଅନ୍ୟ ହାଇକମିସନ୍‌ କର୍ମଚାରୀଙ୍କୁ ଅନୁସରଣ କରୁଛି।

ଭାରତ ବିପକ୍ଷରେ ଗୁପ୍ତଚରଗିରି କରିବାବେଳ ଧରାପଡ଼ିଥିବା ଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିସନ୍ର ଦୁଇ ଜଣ କର୍ମଚାରୀଙ୍କୁ ଭାରତ ବହିଷ୍କାର କରିବା ପରେ ଆଜିର ଘଟଣା ଘଟିଛି। ଦୁଇ ପାକିସ୍ତାନୀ କର୍ମଚାରୀ ନୂଆ ଦିଲ୍ଲୀସ୍ଥିତି ହାଇକମିସନ୍‌ରେ ଭିସା ବିଭାଗରେ କାର୍ଯ୍ୟ କରୁଥିଲେ।

ଦୁଇ ପାକିସ୍ତାନୀ କର୍ମଚାରୀ ଆବିଦ୍ ହୁସେନ୍ ଏବଂ ମହମ୍ମଦ ତାହିର ନୂଆ ଦିଲ୍ଲୀସ୍ଥିତି ହାଇକମିସନ୍‌ରେ ଭିସା ବିଭାଗରେ କାର୍ଯ୍ୟ କରୁଥିଲେ।

By amfnews

Related Post