220 Views
ନୂଆଦିଲ୍ଲୀ, ନଭେମ୍ବର ୨୦ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରକ୍ସ ନ୍ୟୁଜ୍କୁ ନେଇ ଦେଇଥିବା ପ୍ରତିକ୍ରିୟାକୁ ପୁଣି ଥରେ ନିଜର ଟ୍ୱିଟର ଆକାଉଂଟରେ ଦୋହରାଇଛନ୍ତି । ଟ୍ରମ୍ପଙ୍କ ଟ୍ୱିଟ୍ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ମଧ୍ୟ ଟ୍ୱିଟ୍ କରିଛନ୍ତି । ଖାନ୍ ଟ୍ରମ୍ପଙ୍କ ବିରୁଦ୍ଧରେ ରୁକ୍ଷ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଟ୍ରମ୍ପ କହିଥିଲେ ଯେ, ସେ ଓସମା ବିନ ଲାଡେନଙ୍କୁ ବହୁ ପୂର୍ବରୁ ଧରି ପାରି ଥାନ୍ତେ ।
ବିଶ୍ୱ ବାଣିଜ୍ୟ ସେଂଟର ଉପରେ ଆକ୍ରମଣ ହେବାର କିଛି ଦିନ ପୂର୍ବରୁ ସେ ଏହି ପ୍ରସଙ୍ଗ ଉଠାଇ ଥିଲେ । କିନ୍ତୁ ରାଷ୍ଟ୍ରପତି କ୍ଲିଂଟନ ଫେଲ୍ ମାରିଥିଲେ । ଆମେ ପାକିସ୍ତାନକୁ ବହୁତ ଅର୍ଥ ଦେଇଛୁ କିନ୍ତୁ ଲାଡେନ ସେଠାରେ ଲୁଚି ଥିବା ପାକିସ୍ତାନ କେବେ କହି ନଥିଲା । ଯାହା ବୋକାମି । ଏହାର ଉତରରେ ଇମରାନ ଖାନ ଲେଖିଥିଲେ ଯେ, ଟ୍ରମ୍ପଙ୍କର ମିଥ୍ୟା ଅଭିଯୋଗ ପାକିସ୍ତାନର କଷ୍ଟ ସମୟରେ ଲୁଣ ଛିଂଚିବା ଭଳି ହୋଇଛି । ପାକିସ୍ତାନକୁ ଆମେରିକାର ଲଢେଇ କାରଣରୁ ବହୁ କ୍ଷତି ହୋଇଥିଲା ।
ଏବେ ପାକିସ୍ତାନର ଜନତା ଯାହା ଚାହିଁବେ ସେ ସେୟା କରିବେ । ଟ୍ରମ୍ପ ଏହା ପରେ ପୁଣି ଥରେ ଟ୍ୱିଟ କରିଛନ୍ତି କି, ଏବେ ସେ ପାକିସ୍ତାନକୁ ଟଙ୍କା ଦେବେ ନାହିଁ । କାରଣ ସେ ଟଙ୍କା ନେବା ପରେ ଆମେରିକା ପାଇଁ କିଛି କାର୍ଯ୍ୟ କରି ନଥିଲା । ଯେପରି ଓସମା ବିନ୍ ଲାଡେନ ଏବଂ ଆଫଗାନିସ୍ଥାନ ହେଉଛି ଏହାର ଏକ ବଡ ଉଦାହରଣ । ପାକିସ୍ତାନ ହେଉଛି ସେହି ଦେଶ ମଧ୍ୟରୁ ଅନ୍ୟତମ ଯେଉଁମାନେ ଆମେରିକା ଠାରୁ ଟଙ୍କା ନେଇ ଆମେରିକା ପାଇଁ କିଛି କରନ୍ତି ନାହିଁ । ସୂଚନାନୁଯାୟୀ, ଟ୍ରମ୍ପ ପାକିସ୍ତାନକୁ ଦିଆ ଯାଇଥିବା ସୈନ ସହାୟତା ମଧ୍ୟ ବନ୍ଦ କରି ଦେଇଛନ୍ତି ।
ସେ ପୁଣି କହିଛନ୍ତି କି, ପ୍ରତିବର୍ଷ ପାକିସ୍ତାନକୁ ୧.୩ ବିଲିୟନ ଡଲାର ଦିଆ ଯାଉଥିଲା । ଯାହାକି ଏବେ ବନ୍ଦ କରି ଦିଆଯିବ । ପାକିସ୍ତାନ ମିଲିଟାରୀ ଏକାଡେମୀ ନିକଟରେ ଲାଡେନ ରହୁଥିଲା ଏବଂ ପାକିସ୍ତାନରେ ସମସ୍ତଙ୍କୁ ଜଣା ଥିଲା ଯେ ଲାଡେନ ସେଠାରେ ରହୁଛି କିନ୍ତୁ ପାକିସ୍ତାନ ଏସମ୍ପର୍କରେ କିଛି ପ୍ରକାଶ କରି ନଥିଲା ।