Sat. Mar 7th, 2026

ପାକିସ୍ତାନକୁ ଚେତାଇଲା ଆମେରିକା: ଭାରତ ଉପରେ ଆଉ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ସମସ୍ୟାଜନକ ହେବ

305 Views

ଓ୍ଵାସିଂଟନ୍‌: ଭାରତ ଉପରେ ଆଉ ଆତଙ୍କବାଦୀ ଆକ୍ରମଣ ହେଲେ ତାହା ଅତ୍ୟନ୍ତ ସମସ୍ୟାକାରକ ହେବ ବୋଲି କହି ଆତଙ୍କବାଦ ଭିଆଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ନିରବଚ୍ଛିନ୍ନ, ପ୍ରାମାଣିକ ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ କହିଛି।

ବୁଧବାର ଦିନ ହ୍ଵାଇଟ୍‌ହାଉସ୍‌ ଠାରେ ଜଣେ ବରିଷ୍ଠ ପ୍ରଶାସନିକ କର୍ମଚାରୀ କହିଛନ୍ତି: ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ନ ବଢିବା ଲାଗି ଆତଙ୍କବାଦୀ ସଂଗଠନଗୁଡ଼ିକୁ, ବିଶେଷକରି ଜୈଶ୍‌-ଏ-ମହମ୍ମଦ ଏବଂ ଲଶ୍କର୍‌-ଏ-ତୈବା, ଦମନ କରିବାକୁ ପାକିସ୍ତାନ କଠୋର ଓ ନିରବଚ୍ଛିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କଥା ଆମେ ଦେଖିବାକୁ ଚାହୁଁଛୁ।

ଏହି ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନର ନିରବଚ୍ଛିନ୍ନ, ନିଷ୍ଠାପର ଉଦ୍ୟମ ନ କରିବା ଯୋଗୁଁ ଯଦି ଆଉ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ ତାହା ପାକିସ୍ତାନ ଲାଗି ଅତ୍ୟନ୍ତ ସମସ୍ୟାଜନକ ହେବା ସହ ପୁଣି ଉତ୍ତେଜନା ବୃଦ୍ଧି କରାଇବ ଯାହା ଦୁଇ ଦେଶ ପାଇଁ ବିପଜ୍ଜନକ ହେବ।

ଭାରତୀୟ ଲଢୁଆ ବିମାନ ଦ୍ୱାରା ବାଲାକୋଟ୍‌ରେ କରାଯାଇଥିବା ବିମାନ ଆକ୍ରମଣ ବିରୋଧରେ ପାକିସ୍ତାନ କି, ପଦକ୍ଷେପ ନିଆଯାଇଛି ବୋଲି ପଚରାଯିବାରୁ ଅଧିକାରୀଜଣକ କହିଲେ, ଆତଙ୍କବାଦୀଙ୍କ ବିରୋଧରେ ସ୍ଥାୟୀ ଓ ନିବଚ୍ଛିନ୍ନ ଦେଖିବାକୁ ଚାହେଁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆନ୍ତର୍ଜାତିକ ସମୁଦାୟ। ଏବେ ସମ୍ପୂର୍ଣ୍ଣ ମୂଲ୍ୟାୟନ ହେବାର ସମୟ ଆସି ନାହିଁ।

By amfnews

Related Post