Thu. Dec 26th, 2024

ପାକିସ୍ତାନକୁ ଘାରିଛି ବ୍ଲାକଲିଷ୍ଟ ହେବାର ଭୟ, ଏଫଏଟିଏଫରେ ନିକଟରେ କଲା ଗୁହାରି

By amfnews Mar 10, 2019 #Featured
256 Views

ନୂଆଦିଲ୍ଲୀ, ମାର୍ଚ୍ଚ ୧୦ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କ କଡା ନଜର ରଖିବ ବୋଲି ବୟାନ ଦେବା ପରେ ପାକିସ୍ତାନ ଏବେ ଭୟଭୀତ ହୋଇଛି । ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନରେ ଜୈଶର ଆଡା ସ୍ଥଳୀରେ ଏୟାରଷ୍ଟ୍ରାଇକ କରିଥିଲା । ଏବେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଅର୍ଥପୋଷଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫକୁ ଅନୁରୋଧ କରିଛି କି, ଭାରତକୁ ସଂସ୍ଥାର ଏଶିୟା ପ୍ରଶାଂନ୍ତ ସଂଯୁକ୍ତ ସମୂହରୁ ଅଧ୍ୟକ୍ଷ ପଦରୁ ହଟାଯାଉ । ଏହା ଦ୍ୱାରା ପାକିସ୍ତାନ ସହ ନିଷ୍ପକ୍ଷ ହେବ ବୋଲି ପାକିସ୍ତାନ ଦାବୀ କରିଛି ।

ପାକିସ୍ତାନର ଅର୍ଥ ମନ୍ତ୍ରୀ  ଅସଦ ଓମର ପେରିସ ସ୍ଥିତ ସଂସ୍ଥା ଏଫଏଟିଏଫର ଅଧ୍ୟକ୍ଷ ମାର୍ଶଲ ବିଲିଙ୍ଗସିଲିଆଙ୍କୁ ପଠେଇଥିବା ଏକ ପତ୍ରରେ କହିଛନ୍ତି କି, ଭାରତ ବ୍ୟତୀତ ଅନ୍ୟ କୌଣସୀ ଦେଶକୁ ସହ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଉ । ପାକିସ୍ତାନ ପ୍ରତି ଭାରତ ବିଦ୍ୱେଷ ଭାବ ସ୍ୱଭାବିକ । ମିଡିଆ ରିପୋର୍ଟ ମୁତାବକ, ପାକିସ୍ତାନ ସରକାର ଏହି ପ୍ରତିବନ୍ଧିତ ସଂଗଠନ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିବ । ତେବେ ଭାରତ ଚାହୁଁଛି କି, ପାକିସ୍ତାନକୁ ଏଫଟିଏଫରୁ ବ୍ଲାକ ଲିଷ୍ଟ କରାଯାଉ । ଏଫଏଟିଏଫର କହିବା ନୁଯାୟୀ, ପାକିସ୍ତାନ ଅଲକାଏଦା, ଜୈଶ, ହକ୍କାନୂୀ ନେଟୱାର୍କ, ଲଶ୍କର-ଏ-ତୈୟବା, ଜମାତ-ଉଦ-ଦାବା ବ୍ୟତୀତ ତାଲିବାନ ସହ ଜଡିତ ଲୋକଙ୍କ ବିରୁଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ।

ଚାରି ଦିନ ପୂର୍ବରୁ ପାକିସ୍ତାନ ଅର୍ଥ ସଚିବ ଖାନ ଚେତାବନୀ ଦେଇଥିଲେ କି, ଆତଙ୍କବାଦୀ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପଦକ୍ଷେପ ନେବ । ଆମେରିକା ତାହାକୁ ଗ୍ରେ ଲିଷ୍ଟରେ ବାହାର ନକରିବା କାରଣରୁ ସେ ଏଭଳି ବୟାନ ଦେଇଛି । ତେବେ ବୈଠକରେ ଭାରତ ପାକିସ୍ତାନକୁ ବ୍ଲାକଲିଷ୍ଟରେ ପକାଇବାକୁ ସମ୍ପୂର୍ଣ୍ଣ ପ୍ରୟାସ କରି ସାରିଛି ।

By amfnews

Related Post