146 Views
ନୂଆଦିଲ୍ଲୀ : ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ କଶ୍ମୀର କେବେ ପାକିସ୍ତାନର ନ ଥିଲେ ବି ସେ କାହିଁକି ତା’ପାଇଁ କାନ୍ଦୁଛି। ଲେହ୍ ଠାରେ ୨୬ତମ କିଷାନ୍-ଯବାନ ବିଜ୍ଞାନ ମେଳାରେ ଯୋଗ ଦେଇ ରାଜନାଥ ସିଂହ ଏ କଥା କହିଛନ୍ତି।
ସେ କହିଲେ: ମୁଁ ପାକିସ୍ତାନକୁ ପଚାରୁଛି, କଶ୍ମୀର କେବେ ପାକିସ୍ତାନର ଥିଲା କି, ତାକୁ ନେଇ କାନ୍ଦୁଛି। ସେ କହିଲେ ସେ ପାକିସ୍ତାନର ସ୍ଥିତିକୁ ସମ୍ମାନ ଦିଅନ୍ତି, କିନ୍ତୁ ପାକିସ୍ତାନର କଶ୍ମୀର ମାମଲାରେ ଅଦାଲତକୁ ଯିବା ଲାଗି କୌଣସି ଅଧିକାର ନାହିଁ।
ଏହାଛଡ଼ା ରାଜନାଥ ସିଂହ କହିଲେ ଆତଙ୍କବାଦୀଙ୍କୁ ଲଗାଇ ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନ ସହ ଭାରତ କିପରି ଆଲୋଚନା କରି ପାରିବ? ଭାରତ ପାକିସ୍ତାନ ସହ ଉତ୍ତମ ପଡ଼ୋଶୀ ସମ୍ପର୍କ ରକ୍ଷା କରିବାକୁ ଚାହେଁ, କିନ୍ତୁ ସେ ଭାରତ ମଧ୍ୟକୁ ଆତଙ୍କବାଦୀ ପ୍ରେରଣ କରିବା ବନ୍ଦ କରୁ।
ପାକିସ୍ତାନ ମାନବିକ ଅଧିକାର ଉଲ୍ଲଂଘନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ସ୍ୱେଚ୍ଛାଚାର ପ୍ରସଙ୍ଗରେ ଆଲୋକପାତ କରିବା ଉଚିତ। ସମ୍ପ୍ରତିକ ମାମଲାରେ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରୁ ନାହାନ୍ତି।