Fri. Jan 10th, 2025

ପାକିସ୍ତାନକୁ ଆର୍ଥିକ ଓ ସୁରକ୍ଷା ସହାୟତା ବନ୍ଦ କରିବ ଆମେରିକା

By amfnews Jul 19, 2019 #Featured
91 Views

ନୂଆଦିଲ୍ଲୀ :  ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ସହାୟତା ଆଶାରେ ରହିଛି । ପାକିସ୍ତାନ ନିଜ ସୁରକ୍ଷା ସହାୟତା ପାଇଁ ଆମେରିକାର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି । ଆତଙ୍କବାଦୀଙ୍କ ଉପରେ ନିର୍ଣ୍ଣାୟକ ସ୍ଥାୟୀ ଶୁଣାଣୀ ନ ହେବା ଯାଏଁ ଆମେରିକା ପକ୍ଷରୁ ଆର୍ଥିକ ଓ ସୁରକ୍ଷା ସହାୟତା ବନ୍ଦ ରହିବ ।

ଆମେରିକାର ସହାୟତା ଆଶା କରି ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ ହଫିଜ ସଇଦକୁ ଗିରଫ କରିନେଇଛି । କିନ୍ତୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ଉପରେ କୈାଣସି ସ୍ଥାୟୀ ନିର୍ଣ୍ଣାୟକ ଶୁଣାଣୀ ନ କରିଛି ଯେ ଯାଏଁ ଆମେରିକା ଠାରୁ ପାକିସ୍ତାନକୁ ମିଳୁଥିବା ସୁରକ୍ଷା ସହାୟତା ବନ୍ଦ ରହିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ପକ୍ଷରୁ ପାକିସ୍ତାନକୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁରକ୍ଷା ବନ୍ଦ କରାଯାଇଛି । ସିଆରଏସ ନାମକ ଏକ ରିପୋର୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର କିଛି ଇସଲାମ ଚମରପନ୍ଥି ଓ ଆତଙ୍କବାଦୀ ସମୂହ ଓ ସେଠାକୁ ଆସୁଥିବା କିଛି ସରକାର ମଧ୍ୟ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ସହ ପଡୋଶୀ ଦେଶ ସହ ସଂଘର୍ଷ କରୁଛି ।

୨୦୧୧ ମସିହାରେ ପ୍ରକାଶିତ ଏକ ଖବର ଅନୁସାୟୀ, ଅଲକାୟଦା ସରଗନା ଓସାମା ବନ ଲାଡେନ ମଧ୍ୟ ଦୀର୍ଘ ସମୟ ଧରି ପାକିସ୍ତାନର ଶରଣରେ ରହିଥିଲା । ତେଣୁ ନିକଟରେ ଆସିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ପାକସ୍ତାନକୁ ଆର୍ଥିକ ଓ ସୁରକ୍ଷା ସହାୟତା ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି ।

By amfnews

Related Post