Sat. Mar 7th, 2026

ପାଇଲଟ୍‌ଙ୍କୁ ଦରମା ମିଳି ନଥିବାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡି ପାରୁ ନାହିଁ ବିମାନ!

376 Views

୩ ଜଣ ବିଦେଶୀ ପାଇଲଟ୍‌ ସ୍ୱଦେଶ ଫେରିଲେ

ଝାରସୁଗୁଡ଼ା : ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ‘ଝାରସୁଗୁଡ଼ା ବିମାନ ବନ୍ଦର’ରୁ ବିମାନ ଉଡି ପାରୁ ନାହିଁ। ଏଠାରେ ୪ ମାସ ତଳେ ନିଯୁକ୍ତ କରାଯାଇଥିବା ଜଣେ ବିଦେଶୀ ପାଇଲଟଙ୍କୁ ଦରମା ମିଳି ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଭେନେଜୁଏଲାର ଜଣେ ପାଇଲଟ ଏୟାର ଓଡ଼ିଶା ବିରୋଧରେ ଭାରତୀୟ ବିମାନ ପ୍ରାଧିକରଣ (ଏଏଏ)ଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ରୁବେନ୍‌ କଲ୍‌ ନାମରେ ପାଇଲଟ୍‌ ଏଏଏ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଆର୍ଥିକ ଅଭାବରୁ ରୁବେନ୍‌ ସ୍ୱଦେଶ ଫେରିପାରୁ ନାହାନ୍ତି।

ସୂଚନା ଅନୁସାରେ ରୁବେନ୍‌ଙ୍କ ପରି ଅନ୍ୟ ୩ ଜଣ ପାଇଲଟଙ୍କୁ ମଧ୍ୟ ଦରମା ମିଳି ନାହିଁ। ଦରମା ନ ମିଳିବା ପରେ ସେମାନେ ସ୍ୱଦେଶ ଫେରିଯାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଓଡ଼ିଶା କର୍ତ୍ତୃପକ୍ଷ ତାଙ୍କ କଥା ଶୁଣୁ ନାହାନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନ ବନ୍ଦରକୁ ଉଦ୍‌ଘାଟନ କରିଥିଲେ। ଲୋକାର୍ପଣ ଦିବସ ଅବସରରେ ଓ୍ଵାଟର କେନନ ସେଲୁଟ ଭିତରେ ନୂଆ ବିମାନବନ୍ଦରରୁ ବିମାନ ଉଡ଼ିଥିଲା। ମାତ୍ର ଦୁଃଖର ବିଷୟରେ ଉଦଘାଟନକୁ ଗୋଟିଏ ସପ୍ତାହ ପୂରି ନଥିବା ବେଳେ ଅନେକ ସମସ୍ୟା ଦେଖାଯାଇଛି। ବିମାନ ବନ୍ଦରକୁ ନେଇ ଯେଉଁ ବଡ଼ ବଡ଼ ସ୍ୱପ୍ନ ଦେଖାଯାଇଥିଲା ତାହା, ଧିରେ ଧିରେ ଧୂଳିସାତ ହେବାକୁ ଯାଉଛି।

By amfnews

Related Post