କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଚାଷୀ ମୂଲିଆ ଆଦିବାସୀ ସଂଘର ଉପଦ୍ରବ କାଗରଣରୁ ଏହି ବ୍ଲକର ବିଭିନ୍ନ ଗ୍ରାମରୁ ଲୋକମାନେ ଗାଁ ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏହି ଲୋକମାନଙ୍କ ମଧ୍ୟରେ ଥିଲେ ନାରାୟଣପାଟଣା ବ୍ଲକ୍ ପୋଡାପଦର ଗ୍ରାମର ଯୋଗେନ୍ଦ୍ର ଭତ୍ରା (୪୦ବର୍ଷ)। ପାଖାପାଖି ଦଶ ବର୍ଷ ତଳେ ସେ ଛାଟିମାଟିର ଘର ଛାଡ଼ି କୋରାପୁଟ ସହରକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କ ଗ୍ରାମର କିଛି ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗର ଏକ ପରିତ୍ୟକ୍ତ କୋଠାରେ ରହିବାକୁ ଦିଆଯାଇଥିଲା। ତେବେ ଯୋଗେନ୍ଦ୍ରଙ୍କୁ ଏହି ଦଦରା ଘରେ ଜାଗା ଟିକିଏ ନ ମିଳିବାରୁ ସେ ମୁଣ୍ଡ ଗୁଞ୍ଜିବାକୁ ପାଇଖାନାରେ ରହି ଯାଇଥିଲେ। ଆଉ ସେହି ଦିନରୁ ତାଙ୍କ ଠିକଣା ବଦଳିଗଲା। ତାଙ୍କ ପାଖରେ ଆଉ କିଛି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ପାଇଖାନା ହିଁ ତାଙ୍କ ସଂସାରର ସବୁକିଛି ପାଲଟି ଯାଇଛି।
ଅପରପକ୍ଷେ, ପାଇଖାନାରେ ରହୁଥିବା ଯୋଗେନ୍ଦ୍ର ଘର ଖଣ୍ଡିକ ପାଇଁ ବାରମ୍ବାର ଗୁହାରି କରିଛନ୍ତି। ପ୍ରଶାସନ ଆଗରେ ବହୁବାର ଗୋଡ ଭାଙ୍ଗି ଠିଆ ହୋଇଛନ୍ତି। କିନ୍ତୁ କେବଳ ପ୍ରତିଶ୍ରୁତି ମିଳିଛି। ସହାନୁଭୂତି ଟିକିଏ ବି ମିଳିନି। ତାଙ୍କ ସ୍ବର ସେଇ ପାଇଖାନା ଭିତରେ ବନ୍ଧା ପଡିଛି ବୋଲି କୁହନ୍ତି ଯୋଗେନ୍ଦ୍ର।