Tue. Dec 24th, 2024

ପଶ୍ଚିମବଙ୍ଗ ମୁହାଁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

By amfnews Oct 23, 2020 #Featured
126 Views

ଭୁବନେଶ୍ୱର, ଅକ୍ଟୋବର ୨୩ : ବାଂଲାଦେଶ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ରହିଛି । ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି । ଏବେ ପାରାଦୀପ ଠାରୁ ପୂର୍ବ – ଉତ୍ତରପୂର୍ବ ଦିଗରେ ୨୦୦ କିମି ଦୂରରେ ସକ୍ରିୟ ରହିଛି । ଆଜି ମଧ୍ୟାହ୍ନରେ ବାଂଲଦେଶ ଖେପୁପରାରେ ସୁନ୍ଦରବନ ଅତିକ୍ରମ କରିପାରେ । ତେଣୁ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି ।

By amfnews

Related Post