Tue. Jan 14th, 2025

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ନିବେଦନ

By amfnews May 1, 2020 #Featured
236 Views

ଭୁବନେଶ୍ବର  : ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନିବେଦନ କରାଯାଇ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ନମୁନା ପରୀକ୍ଷା ପାଇଁ ସ୍ୱତଃ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କାରଣ ସୁସ୍ଥ ଦେଖାଗଲେ ବି ପରବର୍ତ୍ତୀ ସମୟରେ ସଂକ୍ରମିତ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ।

H & FW Dept Odisha

✔@HFWOdisha

People who have returned from West Bengal recently should not hide. They must come forward for testing. Thay may seem healthy; yet could be infected and also spread infection.They are advised to contact local BDO/Tahasildar/Sarpanch and remain isolated at home. Testing is free.

ସେମାନେ ଆଦୌ ଲୁଚିବା ଉଚିତ ନୁହେଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁକୁହାଯାଇଛି। ନମୁନା ପରୀକ୍ଷା ପାଇଁ କୌଣସି ପ୍ରକାର ଖର୍ଚ୍ଚ କରିବାକୁ ପଡ଼ିବନି । ରାଜ୍ୟ ସରକାର ଏ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛି  ବିଭାଗ । ତେଣୁ ଯେଉଁମାନେ ଫେରିଛନ୍ତି, ସେମାନେ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବା ସହ ସଙ୍ଗରୋଧରେ ରହିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

By amfnews

Related Post