କୋଲକାତା, ଏପ୍ରିଲ ୧୩ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀଙ୍କ ଲାଗି ରାଲି ଓ ଜନସଭା ଜରିଆରେ ପ୍ରଚାର କରିବେ । ଉଭୟ କେନ୍ଦ୍ରମନ୍ତ୍ରୀ ପଂଚମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଜନସଭାକୁ ସମ୍ବୋଧନ କରିବା ସହ ରୋଡ ଶୋ’ରେ ସାମିଲ ହେବେ ।
ଗୃହମନ୍ତ୍ରୀ ଅମିତ ଶାହା ପୂର୍ବାହ୍ନରେ ଦାର୍ଜିଲିଂରେ ଏକ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ସେ ନାଗରକଟା ଓ ଇସଲାମପୁରରେ ମଧ୍ୟ ଜନସଭାରେ ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ଆଜି ଅପରାହ୍ନରେ ବିଧାନନଗରରେ ସର୍ବସାଧାରଣ ବୈଠକରେ ଯୋଗଦେବେ ।
ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ପାଇଁ ଅନେକ ଗୁଡ଼ିଏ ସର୍ବସାଧାରଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେ ପୂର୍ବାହ୍ନ ୧୧ଟା ୧୫ରେ କରୀମପୁରରେ ଉପସ୍ଥିତ ରହିବେ । ଏହା ପେର ମଧ୍ୟମଗ୍ରାମରେ ଜନସଭାକୁ ସମ୍ବୋଧନ କରିବା ପରେ ସ୍ୱରୂପ ନଗରରେରେ ଆଜି ପ୍ରଚାର ଶେଷ କରିବେ । ସୂଚନାଯାଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଆଗାମୀ ୧୭ ତାରିଖରେ ୫ମ ପର୍ଯ୍ୟାୟ ପାଇଁ ମତଦାନ ଗ୍ରହଣ କରାଯିବ । ଭୋଟଗଣତି ଓ ଫଳାଫଳ ମେ’ ମାସ ୨ ତାରିଖରେ ପ୍ରକାଶ ପାଇବ ।