Sat. Mar 7th, 2026

ପଶ୍ଚିମବଙ୍ଗର ଛଅଟି ଲୋକସଭା ଆସନରେ ସିପିଏମ୍‌ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ନ ଦେବା ଲାଗି ପ୍ରସ୍ତାବ ଦେଲେ ସୀତାରାମ ୟେଚୁରୀ

353 Views

ନୂଆଦିଲ୍ଲୀ: ସିପିଏମ୍‌ କଂଗ୍ରେସ୍‌ ସହ ମେଣ୍ଟ କରିବା ଲାଗି ଏକ ପ୍ରସ୍ତାବ ଦେଇଛି। ପଶ୍ଚିମବଙ୍ଗରେ ଛଅଟି ଲୋକସଭା ଆସନରେ ସିପିଏମ୍‌ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ଠିଆ ନ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ଭାରତୀୟ ଜନତା ପାର୍ଟିକୁ ରୋକିବା ଲାଗି ଏହା ଆବଶ୍ୟକ ବୋଲି ଯୁକ୍ତି ରଖିଛନ୍ତି ସୀତାରାମ ୟେଚୁରୀ।

ସୀତାରାମ ୟେଚୁରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ସିପିଏମ୍‌ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ଭୋଟ୍‌କୁ ନିଜ ଆଡକୁ ଆଣିବା ଲାଗି ଚେଷ୍ଟା ଚଳାଇଛି। ଯେଉଁ ଛଅଟି ଲୋକସଭା ଆସନରେ ସିପିଏମ୍‌ ଗତ ନିର୍ବାଚନରେ ବିଜୟୀ ହୋଇଥିଲା, ସେହି ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ନ ଦେଉ ବୋଲି ଚାହାଁନ୍ତି ସୀତାରାମ ୟେଚୁରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାରର ସମସ୍ତିପୁର ଜିଲ୍ଲାରେ ଜିୟାରପୁର ଆସନରେ ସିପିଏମ୍‌ ପ୍ରାର୍ଥୀ ଦେବ ଓ ତାକୁ ମହାମେଣ୍ଟ ସମର୍ଥନ ଦେବ ବୋଲି ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ଅପରପକ୍ଷରେ ତାମିଲନାଡୁରେ ଡିଏମ୍‌କେ ସହ ଆସନ ବୁଝାମଣାକୁ ନେଇ କଥାବାର୍ତ୍ତା ଚାଲିଛି ବୋଲି ସୀତାରାମ ୟେଚୁରୀ କହିଛନ୍ତି।

By amfnews

Related Post