Sun. Mar 8th, 2026

ପଶ୍ଚିମବଙ୍ଗର ଆସନସୋଲ୍‌ରେ ବିଜେପି ଅଫିସ ପୋଡ଼ି, ତୃଣମୂଳ କଂଗ୍ରେସକୁ ଦାୟୀ କଲା ବିଜେପି

233 Views

ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିପକାଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଏ ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି। କିନ୍ତୁ, ତୃଣମୂଳ କଂଗ୍ରେସ ଏ ଭଳି ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ଅଭିଯୋଗ କରିଛି ଯେ ଟିଏମ୍‌ସିର ଗୁଣ୍ଡାମାନେ ପୂର୍ବରୁ ମଧ୍ୟ ବିଜେପି ଅଫିସରେ ଏ ଭଳି ଆକ୍ରମଣ କରିଛନ୍ତି।

ବିଜେପି ନେତା ଗୋପାଳ ରାୟ କହିଛନ୍ତି ଯେ ଏ ଅଞ୍ଚଳରେ ବିଜେପିର ପ୍ରଭାବ ବଢୁଥିବାରୁ ଟିଏମ୍‌ସି ଗୁଣ୍ଡାମାନେ ଦଳୀୟ କାର୍ଯ୍ୟାଳୟକୁ ପୋଡ଼ି ଦେଇଛନ୍ତି। କମ୍ବଳ ବଣ୍ଟନ ଲାଗି ବିଜେପି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଏଠାରେ ବହୁ ଜନସମାଗମ ହୋଇଥିଲା। ଏଥିରେ ଚିନ୍ତିତ ହୋଇ ଟିଏମ୍‌ସି ଈର୍ଷାରେ ବିଜେପିର ଦଳୀୟ କାର୍ଯ୍ୟାଳୟ ପୋଡ଼ି ପକାଇଛି।

କିନ୍ତୁ, ତୃଣମୂଳ କଂଗ୍ରେସର ନେତା ହରେରାମ ତିଓ୍ଵାରି ବିଜେପିର ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି: ବିଜେପିର କର୍ମୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଏ ଭଳି ଘଟଛି। ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତାମାନେ ମଦ୍ୟପାନ ସମେତ ସବୁ ପ୍ରକାରର ଅନୈତିକ କାର୍ଯ୍ୟ କରନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

By amfnews

Related Post