Fri. Mar 14th, 2025

ପର୍ଣ୍ଣ ଷ୍ଟାରଙ୍କୁ କଶ୍ମୀର ଯୁବକ କହି ରିଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ୍

By amfnews Sep 3, 2019 #Featured
275 Views

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କେତେ ବାଉଳି ଚାଉଳି ହେଉଛି ଓ ଭାରତକୁ ବଦନାମ କରିବା ପାଇଁ କେତେ ମନ୍ଦ ଉଦ୍ଦେଶ୍ୟ ରଖିଛି ତାର ଆଉ ଏକ ସଦ୍ୟ ପ୍ରମାଣ ମିଳିଛି। ଭାରତରେ ଅବସ୍ଥାପିତ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ କଶ୍ମୀର ପ୍ରସଙ୍ଗରେ କରିଥିବା ଏକ ରିଟୁଇଟରୁ ଏହା ଜଣାପଡ଼ିଛି। ଯାହାକି ଅବଦୁଲ ବସିତଙ୍କ ଜ୍ଞାନଗାରିମା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଅମର ନାମକ ଟୁଇଟର ଆକାଉଣ୍ଟ ଧାରୀ ଏକ ଟୁଇଟ୍ କରିଥିଲେ ସେଥିରେ ଜଣେ ପର୍ଣ୍ଣ ଷ୍ଟାରଙ୍କୁ କଶ୍ମୀର ଯୁବକ ୟୁସୁଫ୍ ବୋଲି ଉଲ୍ଲେଖ ରହିଥିଲା। ତାଙ୍କ ଘର ଅନନ୍ତନାଗର, ପେଲେଟ ଗୁଳିର ଶିକାର ହୋଇ ଯୁବକ ଜଣଙ୍କ ଦୃଷ୍ଟି ଶକ୍ତି ହରାଇଛି। ଏହା ବିରୋଧରେ ସ୍ୱର ଉତ୍ତୋଳନର ଆବଶ୍ୟକ ରହିଛି ବୋଲି ଉଲ୍ଲେଖ ରହିଛି। ଯାହାକୁ ବସିତ୍ ରିଟୁଇଟ କରି ସମର୍ଥନ ଜଣାଇଥିଲେ।

ଏହାପରେ ବସିତଙ୍କ ଏହି ଭୁଲକୁ ତାଙ୍କରି ଦେଶର ମହିଳା ସାମ୍ୱାଦିକ ନଲିଆ ଇନାୟତ ଟୁଇଟ୍ କରି କହିଛନ୍ତି ପୂର୍ବତନ ରାଷ୍ଟ୍ରଦୂତ ଜାନି ସିନ୍ସ( ପର୍ଣ୍ଣ ଷ୍ଟାର)ଙ୍କୁ କଶ୍ମୀର ପୀଡ଼ିତ ବୋଲି ବୁଝିଛନ୍ତି। ଏହାପରେ ବସିତ୍ ସେ କରିଥିବା ରିଟୁଇଟକୁ ଡିଲିଟ୍ କରି ଦେଇଛନ୍ତି।

Naila Inayat नायला इनायत

@nailainayat

Former Pakistani high commissioner to India Abdul Basit, mistakes Johnny Sins for a Kashmiri man who lost vision from pellet. Unreal times these, really.

View image on TwitterView image on TwitterView image on Twitter

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଚେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତେଜିଛି। ଭାରତ କଶ୍ମୀରକୁ ନିଜର ଅନ୍ତରୀଣ ପ୍ରସଙ୍ଗ କହୁଥିବା ବେଳେ ସାମ୍ୱିଧାନିକ ଭାବରେ ପାକିସ୍ତାନ କହିବାର କୌଣସି ଅଧିକାର ନାହିଁ ବୋଲି କହିଛି। ହେଲେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ଭାରତକୁ ବଦନାମ କରିବା ପାଇଁ ଅନେକ ଷଡ଼ଯନ୍ତ୍ର କରୁଛି।

By amfnews

Related Post