Thu. Nov 7th, 2024

ପରୀ ହତ୍ୟା ମାମଲାରେ ନୂଆ ମୋଡ଼, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଏତଲା ଦେଲେ ସରୋଜ ସେଠୀଙ୍କ ମାଆ

By amfnews Dec 22, 2020 #Featured
217 Views

ଭୁବନେଶ୍ୱର, ଡିସେମ୍ବର 22 : ନୟାଗଡ଼ ପରୀ ହତ୍ୟା ମାମଲାରେ ନୂଆ ମୋଡ଼ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଥାନାରେ ଏତଲା । ନୟାଗଡ଼ ସଦର ଥାନାରେ ଏତଲା ଦେଲେ ସରୋଜ ସେଠୀଙ୍କ ମାଆ । ଅରୁଣ ବୋଥ୍ରା ତାଙ୍କ ପୁଅକୁ ମାଡ଼ ମାରି ପରୀ କେସରେ ଫସେଇ ଥିବା ସରୋଜଙ୍କ ମା ଅଭିଯୋଗ କରିଛନ୍ତି । ଡେମୋ ଦେଖାଇବାକୁ ଆଣି ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ବାଧ୍ୟ କରିବା ଏବଂ ତାଙ୍କୁ ମଧ୍ୟ ଗାଳି ଗୁଳଜ କରାଯାଇଥିବା ସରୋଜଙ୍କ ମାଆ ଦର୍ଶାଇଛନ୍ତି ।

ସରୋଜ ସେଠୀଙ୍କ ଉପରେ ଚାପ ପକାଇ ମାଡ଼ ମାରି ମିଛ ଦୋଷୀ ସଜୋଉଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରୋଜ ସେଠୀଙ୍କ ମାଆ ଶୈଳବାଳା ସେଠୀ  ।  ସେ କହିଛନ୍ତି, ମୋ ପୁଅକୁ ଏହି କେସରେ ଫସାଯାଉଛି । ଅରୁଣ ବୋଥ୍ରା ମାଡ଼ ମାରି ଗାଳି ଗୁଲଜ କରି ଜୋର ଜବରଦସ୍ତ ଦୋଷୀ ସଜୋଉଛନ୍ତି । ଅନ୍ୟପଟେ ଏସଆଇଟି ସରୋଜକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ଯାହା ଆଜି ଠାରୁ ଆରମ୍ଭ ହେବ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ସରୋଜ ହିଁ ଅଭିଯୁକ୍ତ ଓ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ।

By amfnews

Related Post