Mon. Nov 25th, 2024

ପରିବାର ଲୋକଙ୍କ ଅଭିଯୋଗ : କଲେଜ କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବିଷ ପିଇଲେ ଛାତ୍ର

By amfnews Aug 28, 2019 #Featured
137 Views

ଭୁବନେଶ୍ୱର  : କଲେଜରେ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ ଛାତ୍ର | କିଛି ଏଭଳି ସଙ୍ଗୀନ ଘଟଣା ଏବେ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ କଲେଜ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯାତନା ସହି ନ ପାରି ବିଷ ପିଇ ଛାତ୍ର ଜଣକ ଆତ୍ମହତ୍ୟା କରିଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଛାତ୍ରଙ୍କ ନାମ ରୁଧି ନନ୍ଦନ ପ୍ରଧାନ ହୋଇଥିବାବେଳେ ସେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ |

ଚନ୍ଦକା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜର ଛାତ୍ର ଥିଲେ ରୁଧି ନନ୍ଦନ | ତାଙ୍କ ଘର ଖୋର୍ଦ୍ଧାର ଗମ୍ଭାରୀମୁଣ୍ଡାରେ ହୋଇଥିବା ବେଳେ କଲେଜରେ ରହି ପାଠ ପଢୁଥିଲେ | ତେବେ ତାଙ୍କୁ କଲେଜର କିଛି କର୍ମଚାରୀ ନିର୍ଯାତନା ଦେବା ସହ କଲେଜ ନ ଆସିବାକୁ କହିଥିଲେ ବୋଲି ପରିବାର ଲୋକ ଅଭିଯେୋଗ କରିଛନ୍ତି। ଏ ନେଇ ପରିବାର ପକ୍ଷରୁ ଚନ୍ଦକା ଥାନାରେ ଏଫଆଇଆର୍ ଦିଆଯାଇଛି।

ଏହି ଘଟଣା ପରେ ମାନସିକ ଭାରସାମ୍ୟ ହରାଇବସିଥିଲେ ଛାତ୍ର | ଏହାପରେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

By amfnews

Related Post